April 27, 2026

ମା ବରୁଣେଇ କୃଷକ ଏକତା ମଞ୍ଚର ସାମ୍ବାଦିକ ସମ୍ମିଳନୀ

IMG-20251028-WA0062
Share

ବିକ୍ରମ କେଶରୀ ରାଉତରାୟ ଙ୍କ ନେତୃତ୍ୱରେ ଏକାଠି ହେଲେ ଚାରିଟି ଗ୍ରାମର ସତାଧିକ ଯୁବକ , 2- ହକ୍ ପାଇଁ ଆରମ୍ଭ ହେବ ଲଢେଇ , ଚାକିରି ନ ମିଳିଲେ କରିବେ ଆମରଣ ଅନଶନ,3- ଖୁବ୍ ଶୀଘ୍ର ତିନି ପଞ୍ଚାଯତ ର ଯୁବକ ଯୁବତୀ ହେବେ ସାମିଲ ।ଏଭଳି ଚରମ ବାଣୀ ଶୁଣାଇଛନ୍ତି ମା ବରୁଣେଇ କୃଷକ ଏକତା ମଞ୍ଚ ତଥା ସଂଗଠକ ଇଞ୍ଜିନିୟର ବିକ୍ରମ କେଶରୀ ରାଉତରାୟ । ଏପରି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧୀନ ଫତେପୁର ପଂଚାୟତ ର ପ୍ରତାପପୁର ଗ୍ରାମର ମା ବରୁଣେଇଙ୍କ ପିଠରେ। ତେବେ ଫତେପୁର,ଗାଣ୍ଡକିପୁର, ଓ ଗୋପିଆକୁଦ ପଂଚାୟତ ବାସୀଙ୍କ ଠାରୁ ଶାଗ, ମାଛ ଦରରେ ପ୍ରାୟ 745 ଏକର ଜମି ରେ ହେବାକୁ ଯାଉଚି ନାପ୍ତା କାକର ପ୍ରକଳ୍ପ | ସେଥି ମଧ୍ୟରୁ ଫତେପୁର ପଂଚାୟତ ବାସୀଙ୍କ ର ପାଖାପାଖି 4ଶହ ଏକର ଜମି ଯାଇଥିବା ବେଳେ 3000 ପରିବାର ହରାଇବେ ନିଜର ଭିଟାମାଟି | ଜମି ଯିବ ଆଉ ଜିବିକା ମଧ୍ଯ ଯିବ | ଏହା ବଦଳରେ ଚାକିରି ନହେଲେ ଯୁବ ଗୋଷ୍ଠୀ କରିବେ କଣ ବୋଲି ପ୍ରଶ୍ନ କରିଛନ୍ତି ମଞ୍ଚର ସଦସ୍ୟ | ବିଶୋଧନାଗାରକୁ ବିଶ୍ଵାସକୁ ନେଇ ବିଗତ ଦିନରେ ଆମେ ଜମି ଦେଇ ନିଯୁକ୍ତି ପାଇଁ ଦୌଡୁଚୁ | ମେଡିକାଲ ନାହିଁ ଓ ଗୋଟିଏ ଭଲ ସ୍କୁଲ ମଧ୍ଯ ଏଠାରେ ନାହିଁ | ପ୍ରକଳ୍ପ ହେଉ, ହେଲେ ଆମ ହକ୍ ଆମକୁ ମିଳିବା ଦରକାର ବୋଲି ସ୍ତାନୀୟ କୃଷକ ସଂଗଠନର ନେତା ଇଞ୍ଜିନିୟର ବିକ୍ରମ କେଶରୀ ରାଉତରାୟଙ୍କ ଆହ୍ଵାନରେ ବରୁଣେଇ ପିଠରେ ଏକତ୍ରୀତ ହୋଇଥିବା ସତାଧିକା ଯୁବ ଗୋଷ୍ଠୀ। ବଜ୍ର ସପଥ ନେବା ସହ ହକ୍ ପାଇଁ ଲଢେଇ କରିବେ ବୋଲି ପ୍ରକାଶ କରିଛନ୍ତି | ଯାହା ଏବେ କମ୍ପାନୀ ଓ ପ୍ରସାଶନର ଚିନ୍ତା ବଢାଇ ଦେଇଛି | ଫଳରେ ଦୀର୍ଘଦିନର ବ୍ୟବଧାନ ପରେ ଏବେ ସେଠାରେ ଏକ ବଡ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବାକୁ ଯାଉଛି | ସୁପ୍ରିମ କୋର୍ଟରେ ଲୋକଙ୍କ ସ୍ଵାର୍ଥକୁ ନେଇ ଜନସ୍ଵାର୍ଥ ମାମଲା ଦାୟାର ହୋଇ ସାରିଥିବା ବେଳେ ସ୍ତାନୀୟ ଅଞ୍ଚଳରେ କମ୍ପାନୀ କଡା ବିରୋଧର ସମୂଖୀନ ହେବବୋଲି ଜଣାପଡ଼ିଛି |। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )