ବାତ୍ୟା କ୍ଷୟକ୍ଷତିର ଚୁଡାନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଳ ଓ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛନ୍ତି ଏସଆରସି।
*ବାତ୍ୟା କ୍ଷୟକ୍ଷତିର ଚୁଡାନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଳ ଓ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛନ୍ତି ଏସଆରସି। ବାତ୍ୟା ପ୍ରଭାବିତ ୧୪ ଜିଲ୍ଲାର ଜିଲ୍ଲାପାଳ ସେମାନଙ୍କ ଜିଲ୍ଲାରେ କେତେ କ୍ଷୟକ୍ଷତି ହୋଇଛି ତାର ଚୂଡାନ୍ତ ରିପୋର୍ଟ ନଭେମ୍ବର ୨ ତାରିଖ ସୁଦ୍ଧା ଦାଖଲ କରିବେ। ସେହିପରି ଜିଲ୍ଲାଗୁଡ଼ିକରେ ନିଜ ନିଜ ବିଭାଗର ଥିବା ସରକାରୀ କାର୍ଯ୍ୟାଳୟର କଣ ଭିତ୍ତିଭୂମି ନଷ୍ଟ ହୋଇଛି, ରିପୋର୍ଟ ସଚିବ ମାନେ ଦେବାକୁ ଚିଠିରେ କୁହାଯାଇଛି।*
*ଚୂଡାନ୍ତ ରିପୋର୍ଟ ଆସିବା ପରେ କେନ୍ଦ୍ରକୁ ରିପୋର୍ଟ ପଠାଯିବ। ବାତ୍ୟାରେ କଚା ଘର ଭାଙ୍ଗିବା ନେଇ ରାଜସ୍ବ ମନ୍ତ୍ରୀ ଉଦବେଗ ପ୍ରକାଶ କରି କହିଛନ୍ତି ସରକାରଙ୍କ ଯୋଜନା ସତ୍ତ୍ବେ କାହିଁକି ଲୋକ ପକ୍କା ଘର ପାଉ ନାହାନ୍ତି। କେତେ ଲୋକ କଚା ଘରେ ରହୁଛନ୍ତି ଏହାକୁ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । କେତେ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ମିଳିଛି ଓ ବାକି କାହିଁକି ହୋଇନି, ତାହାର ରିପୋର୍ଟ ପ୍ରସ୍ତୁତ ହେବ । ଖୁବ ଶୀଘ୍ର ଆଉ ଥରେ ସର୍ଭେ କରାଯିବା ସହ କେନ୍ଦ୍ରକୁ ରିପୋର୍ଟ ପଠାଯିବ ବୋଲି ମନ୍ତ୍ରୀ କହିଛନ୍ତି।*
*ବାତ୍ୟା ମୁକାବିଲା ଲାଗି ଜିରୋ କାଜୁଆଲିଟି ମିଶନରେ ଯୁଦ୍ଧକାଳିନ ଭିତ୍ତିରେ ମୁକାବିଲା ପ୍ରସ୍ତୁତି ହୋଇଥିଲା। ଏବଂ ସରକାର, ପ୍ରଶାସନର ଟି ର୍ ଜନ ପ୍ରତିନିଧି ଓ ଲୋକଙ୍କ ସହଯୋଗରେ ମିଶନ ଜିରୋ କାଜୁଆଲଟି ସଫଳ ହୋଇଛି।*