April 25, 2026

ଲାଞ୍ଜିଗଡ଼ ସାର୍ବଜନୀନ ଦୁର୍ଗାପୂଜା ଚଳିତ ବର୍ଷ ଧୁମ୍ ଧାମରେ ଆରମ୍ଭ ହୋଇଯାଇଛି..

IMG-20250928-WA0042
Share

    ଲାଞ୍ଜିଗଡ଼, ଲାଞ୍ଜିଗଡ଼ ସାର୍ବଜନୀନ ଦୁର୍ଗାପୂଜା ଚଳିତ ବର୍ଷ ଧୁମ୍ ଧାମରେ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଦୁର୍ଗାମଣ୍ଡପରେ ଶନିବାର 27 ତାରିଖରୁ କଳସ ଯାତ୍ରା ଓ ଅଧିବାସ ପରେ ରବିବାର ଠାରୁ ନବରାତ୍ର ପୂଜା ଆରମ୍ଭହୋଇଛି। ସୁନ୍ଦର ଆଲୋକ ଗେଟ୍ ସହ ପୁଜା

ପେଣ୍ଡାଲ ଖୁବ୍ ଆକର୍ଷଣୟ ହୋଇଛି। ଚଳିତ ବର୍ଷ ଦିଲ୍ଲୀ ର ଲାଲକିଲ୍ଲା ସଦୃଶ ତୋରଣ ଦର୍ଶକଙ୍କୁ ବାନ୍ଧି ରଖିଛି।

ଆଳତି ଦର୍ଶନ ପାଇଁ ଶହ ଶହ ଭକ୍ତଙ୍କ ଭିଡ଼ ଜମୁଛି| । ପାରମ୍ପରିକ ବାଦ୍ୟ ଶହ ପୂଜକଙ୍କ ସାନ୍ଧ୍ୟ ପୁଜା ଭକ୍ତିମୟ ପରିବେଶ ସୃଷ୍ଟି କରୁଛି।

ଏବର୍ଷ ମିନ।ବଜାର ର ଅନେଗୁଡ଼ିଏ ଦୋଳି, ବିଭିନ୍ନ ପ୍ରକାରର ଦୋକାନ ଓ ଖାଦ୍ୟପେୟ ଷ୍ଟଲ୍ ଦେଖିବାକୁ ମିଳିଛି।

 

ତେବେ ଚଳିତ ବର୍ଷ ମଧ୍ୟ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଛି। ଆଲୋକମାଳାରେ ଲାଞ୍ଜିଗଡ଼ର ବସ୍ତି ଓ ମଣ୍ଡପ ପରିସର ଝଲସି ଉଠୁଛି। ଲାଞ୍ଜିଗଡ଼ ଯୁବକ ସଂଘ ପୂଜା ପରିଚାଳନାରେ ସହଯୋଗ କରୁଛନ୍ତି । ଲାଞ୍ଜିଗଡ଼ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଉଛି।

 

*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ ଉପାନ୍ତ ଖବର*