June 17, 2026

ସମ୍ବଲପୁରରେ ବୈଜୟନ୍ତ, ବିଜେପି ସଦସ୍ୟତା ଅଭିଯାନର କଲେ ଶୁଭାରମ୍ଭ 

IMG-20240928-WA0022
Share

ସମ୍ବଲପୁର,( ରାଜାରାମ ଷଡ଼ଙ୍ଗୀ): ସ୍ଥାନୀୟ ହାଟପଡ଼ା ସ୍ଥିତ ପ୍ରାଚୀନ ହନୁମାନ ମନ୍ଦିର ଠାରେ ସଦସ୍ୟତା ଅଭିଯାନ ର ବିଶେଷ କାର୍ଯ୍ୟକ୍ରମ ରେ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଯୋଗଦେଇ ବିଜେପି ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିଛନ୍ତି।ଏହି ସମୟରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଉପସ୍ଥିତ ଥିଲେ।

ଅନ୍ୟ ପକ୍ଷରେ ସମ୍ବଲପୁର ଦୁର୍ଗାପାଲି ସ୍ଥିତ ହୋଟେଲ ରିଭର ଇଁନ୍ ଠାରେ ସଦସ୍ୟତା ଅଭିଯାନ ୨୦୨୪ ର ବିଶେଷ କର୍ମଶାଳା ରେ କେନ୍ଦ୍ରାପଡା ସାଂସଦ ତଥା ରାଷ୍ଟ୍ରୀୟ ଉପସଭାପତି ପଣ୍ଡା ଯୋଗଦେଇ ଶୃଙ୍ଖଳିତ ଦଳରେ ସୁଦକ୍ଷ କର୍ମୀ ଓ ସଦସ୍ୟତାର ଗୁରୁତ୍ୱ କିଭଳି ରହିଛି ସେ ସମ୍ପର୍କରେ ବୁଝାଇଥିଲେ।ଆୟୋଜିତ ସଭା ରେ ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ରାମ ଚନ୍ଦ୍ର ମେହେର, ଦେବେନ୍ଦ୍ର ମହାପାତ୍ର, ରାଧେଶ୍ୟାମ ବାରିକ, ସବିତା ନନ୍ଦ ପ୍ରମୁଖ ମଂଚାସୀନ ଥିବା ବେଳେ ଜିଲ୍ଲା ସଦସ୍ୟତା ପ୍ରଭାରୀ ସୁଶୀଲ କର ଏଥିରେ ସଭାପତିତ୍ୱ କରିଥିଲେ।ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ

You may have missed