November 26, 2024
Share

 

 

୧-ଆନ୍ଦୋଳନରେ ୧୫ ହଜାର ନର୍ସ, ରାଜ୍ୟସାରା ରୋଗୀ କଲବଲ, ସରକାର ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ:ସଂଘ

 

୨-ପ୍ରଥମ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା:’ଗର୍ବ ଛାଡ଼ି ଜନପ୍ରତିନିଧିଙ୍କୁ ସମ୍ମାନ କର’,ନିୟମିତ ଫିଲ୍ଡ ଭିଜିଟ୍ କରି ସରକାରଙ୍କ ଯୋଜନାର ସଫଳ କାର୍ଯ୍ୟାନ୍ୱୟ ଉପରେ ଗୁରୁତ୍ୱ ଦିଅ ।

 

୩-ଅଟକିଲା ପୁରୀ- ଭୁବନେଶ୍ୱର ଗ୍ରୋଥ କରିଡ଼ର,୮ ଥାକିଆ ୬୦ କିମି ନୁଆ ରାସ୍ତା ନିର୍ମାଣ ଯୋଜନା ଥିଲା।

 

୪-ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ଷଡ଼ଙ୍ଗୀ ହେଲେ ଓପିଏସସି ଅଧ୍ୟକ୍ଷ, ୬ ବର୍ଷ ପାଇଁ ନିଯୁକ୍ତ କଲେ ରାଜ୍ୟ ସରକାର।

 

୫-ଓଡ଼ିଶାରେ ପ୍ରତିଷ୍ଠା ହେବ ନାସନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି କ୍ୟାମ୍ପସ।

 

୬-ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ୍ ସଂଶୋଧନ ନେଇ ବୈଠକ, ଶିକ୍ଷକଙ୍କୁ ବାଛିବେ ଶିକ୍ଷାବିତ୍।

 

୭-ବିଶ୍ୱ ପର୍ଯ୍ୟଟନ ଦିବସରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ପଶ୍ଚିମ ଓଡ଼ିଶାରେ ହେବ ଚିଡ଼ିଆଖାନା।

 

୮-ଖୁବଶୀଘ୍ର ପୂରଣ ହେବ ୧୫୦୦ ପ୍ରାଧ୍ୟାପକ ପଦ, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ।

 

୯-ନାକଟିଦେଉଳ:ଆସୁନି ମୋବାଇଲ୍ ସିଗନାଲ୍, ଗଛ ଉପରେ ଚଢ଼ି ନେଟୱର୍କ ସର୍ଚ୍ଚ କରୁଛନ୍ତି ଲୋକ।

 

୧୦-ଅକ୍ଟୋବର ମାସରୁ ମିଳିବ ରାସନ କାର୍ଡ,ଓଡ଼ିଶା ସମେତ ୯ ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ।

 

୧୧-ଜୟପୁର:୧୪ ବର୍ଷ ତଳେ ଡିଏଫ୍‌ଓଙ୍କୁ ଧରିଥିଲା ଭିଜିଲାନ୍ସ,ଗତ କାଲି ଆସିଲା ୨ ବର୍ଷ ଜେଲ୍‌ ଦଣ୍ଡାଦେଶ।

 

୧୨-ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ତୁମୁଳକାଣ୍ଡ: ପୋଲିସକୁ ମାଡ଼, ୧୬୩ ଜାରି

 

୧୩-ଆନ୍ଦୋଳନରେ ନର୍ସିଂ ଅଫିସର; ଟ୍ରେନିଂ ନର୍ସଙ୍କ ଭରସାରେ ସରକାର।

 

୧୪-ଆଠମଲ୍ଲିକ: ଟ୍ରିପଲ ମର୍ଡର ମାମଲାରେ ୨ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ।

 

୧୫-ଭରତପୁର କେସ୍‌, ଆଉ ୩ ପୋଲିସ କର୍ମଚାରୀଙ୍କ ହେବ ପଲିଗ୍ରାଫ ଟେଷ୍ଟ।

 

୧୬-ଡ.ଅଚ୍ୟୁତ ସାମନ୍ତଙ୍କୁ ଷଷ୍ଠ ସମ୍ମାନସୂଚକ ଫେଲୋସିପ୍, ନୂଆଦିଲ୍ଲୀସ୍ଥିତ ଇନ୍‍ଷ୍ଟିଚ୍ୟୁସନ୍‍ ଅଫ୍‍ ଫାୟାର୍‍ ଇଞ୍ଜିନିୟର୍ସ ଇଣ୍ଡିଆ କଲା ସମ୍ବର୍ଦ୍ଧିତ।

 

୧୭-କୋରାପୁଟ:ଫସିଗଲେ କୁଣ୍ଡୁରା ବ୍ଲକ୍ ସହକାରୀ ଯନ୍ତ୍ରୀ ଶ୍ରୀମତି ଭାନୁମତି ଟୁଡୁ, ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ।

 

୧୮-ଜଳେଶ୍ଵର:ସୁବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡିଗଲେ ୪ ନାବାଳକ, ଜଣେ ମୃତ।

 

୧୯-ଦର୍ଶକଙ୍କ ମନ ଜିତିଲା ଦେବରା ପାର୍ଟ ୱାନ । ୧୨ଘଣ୍ଟାରେ ୩୦କୋଟି ବକ୍ସ ଅଫିସ ଆୟ ।

 

୨୦-କାନପୁର ଟେଷ୍ଟରେ ବର୍ଷା ସାଜିଲା ବାଧକ, ପ୍ରଥମ ଦିନରେ ଖେଳାଗଲା ମାତ୍ର ୩୫ ଓଭର,ବାଂଲାଦେଶ ୩/୧୦୭।

 

୨୧-ଜୋମାଟୋରୁ ଆକୃତି ଚୋପ୍ରାଙ୍କ ଇସ୍ତଫା, ରେଗୁଲେଟରୀ ଫାଇଲିଂରେ ସୂଚନା ଦେଲା ସଂସ୍ଥା।

 

୨୨-ଇଣ୍ଡୋନେସିଆରେ ଭୂସ୍ଖଳନ ପରେ ଭୁଶୁଡ଼ି ପଡ଼ିଲା ସୁନା ଖଣି, ୧୫ ମୃତ।

 

*🙏 ସୁପ୍ରଭାତ 🙏*

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.