ବାଇକ କୁ ପିଟିଲା ଟ୍ରକ ଘଟଣା ସ୍ଥଳ ରେ ବାଇକ ଆରୋହୀ ମୃତ 

IMG-20240928-WA0001
Share

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ପଦ୍ମପୁର ସିନେମା ହଲ ଛକ ନିକଟରେ ପଦ୍ମପୁର ଏକ ମାଳବାହି ଟ୍ରକ ପଛପଟୁ ଆସି ଏକ ବାଇକ କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳ ରେ ହିଁ ବାଇକ ଆରୋହୀ 32 ବର୍ଷୀୟ ବୃନ୍ଦାବନ କେଶରାଲ ଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଙ୍କୁ ଆହତ ଅବସ୍ଥାରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ କୁ ଅଣାଯାଇଥିଲା। ମୃତ ବୃନ୍ଦାବନ ପାଇକମାଳ ବ୍ଲକ ଲୁହୁରାକୋଟ ଗ୍ରାମର ବୋଲି ଜଣା ପଡିଛି। ତେବେ ଟ୍ରକ ଚାଳକ ଏକ ପେଟ୍ରୋଲ ପମ୍ପ ରେ ନିଜର ଟ୍ରକ ଛାଡି ଦେଇ ଫେରାର ହୋଇଯାଇଥିବା ବେଳେ ପୋଲିସ ଟ୍ରକ ଟି କୁ ଜବତ କରିବା ସହ ଘଟଣା ସ୍ଥଳ ରେ ପହଂଚି ତଦନ୍ତ ଜାରି ରଖିଛି।