March 11, 2026

ରାମ ମଣିଶ୍ୱର ପିଠ ରେ ଚାରା ରୋପଣ

IMG-20250828-WA0028
Share

 

ଚିକିଟି ଶୁଭଶ୍ରୀ ପ୍ରଧାନ

ତାରିଖ 28/8-

ପାତ୍ରପୁର ବ୍ଲକ ତଣ୍ଡିପୁର ସ୍ଥିତ ରାମ ମଣିଶ୍ୱର ଶିବ ପିଠ ରେ ଗୋପବନ୍ଧୁ ସେବା ସମିତି ଦ୍ୱାରା ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.ସଭାପତି ଦେବେନ୍ଦ୍ର ରଣା ଙ୍କ ନେତୃତ୍ୱ ରେ ସୁରଙ୍ଗୀ ବନ କାର୍ଯ୍ୟାଳୟ ସହଯୋଗ ରେ ବିଭିନ୍ନ ପ୍ରକାର ଔଷଧୀୟ ଚାରା ସହ ଅନ୍ୟ ପ୍ରଜାତି ର ଚାରା ରୋପଣ ହୋଇଛି.ସାମନ୍ତିଆପଲ୍ଲୀ ରେଞ୍ଜର ମୋନଜ କୁମାର ପାତ୍ର ଯୋଗ ଦେଇ ଆସନ୍ତୁଳିତ ପରିବେଶ କୁ ସନ୍ତୁଳିତ କରିବା ପାଇଁ ଗଛ ସଂଖ୍ୟା ବଢିବା ଆବଶ୍ୟକ ବୋଲି କହିଥିଲେ.ସରପଞ୍ଚ ରିତା ପାତ୍ର,ସମ୍ପାଦକ ପ୍ରସାଦ କୁମାର ମଲ୍ଲିକ,ଫୋରେଷ୍ଟର ଅରୁଣ ଚନ୍ଦ୍ର ଦାସ,ଭାରତୀ ବେହେରା,କର୍ମଚାରୀ ରାଧା ମାଧବ ବିଷୋୟୀ,ବିକାଶ କୁମାର ଗନ୍ତାୟତ,ଡାକ୍ତର ପୁରଞ୍ଜିତ ପାତ୍ର, ଡ଼ା.ଆଦ୍ରେସ ତ୍ରିପାଠୀ,ଡ଼ା.ରମେଶ ଚନ୍ଦ୍ର ପାତ୍ର,ଉପ.ସଭାପତି ଗୋପୀନାଥ ବେହେରା,ସମାଜ ସେବୀ ଯତୀନ ସାହୁ,ଦେବକୀ ନନ୍ଦନ ନାୟକ,ମହେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରି ସବୁଜ ବିପ୍ଳବ ର ବାର୍ତ୍ତା ଦେଇଥିଲେ.ଗ୍ରାମବାସୀ ଙ୍କ ସହଯୋଗ ରେ ମନ୍ଦିର ପରିସର ଏବଂ ବାହାରେ ଚାରା ରୋପଣ ହୋଇଛି ଏବଂ ଯୁବ ଗୋଷ୍ଠୀ ମନ୍ଦିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହା ର ଯତ୍ନ ନେଇ ସବୁଜ ବିପ୍ଳବ ରେ ଭାଗିଦାରୀ ହେବେ. ଅରୁଣ କୁମାର ପ୍ରଧାନ,ଗୌତମ ରଣା,ଭାଗବତ ନାୟକ,ସିଦ୍ଧାର୍ଥ ଶଙ୍କର ମହାରଣା,କିଶୋର ମହାରଣା ପ୍ରମୁଖ ସହଯୋଗ କରିଥିଲେ.

You may have missed