April 25, 2026
IMG-20250828-WA0024
Share

 

 

ସୋରଡ଼ା ନିର୍ବାଚନ ମଣ୍ଡଳୀ,ସୋରଡ଼ା ବ୍ଲକ ଅନ୍ତର୍ଗତ ସରାବାଡ଼ି ଗ୍ରାମପଞ୍ଚାୟତ ର ଚକୁଣ୍ଡା ଗ୍ରାମରେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ,ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀ ଅବସରରେ ଯୋଗଦେଇ ଶ୍ରୀ ଶ୍ରୀ ଚଡକେଶ୍ୱର ନାଟ୍ୟ ସାଂସଦ ଦ୍ୱାର ଆୟୋଜିତ ଭାରତ ଲୀଳା “ସୁଭଦ୍ରା ମାଗୁଛି ଶଙ୍ଖା ସିନ୍ଦୂର” ନାଟକ ର ଶୁଭ ଉଦ୍ଘାଟନ କଲେ |

 

ଏହି ଭାରତ ଲୀଳା ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଏକ ପ୍ରସିଦ୍ଧ ଲୋକନାଟକ ବା ଲୀଳାନାଟକ ଶୈଳୀ । ଏଥିରେ ମହାଭାରତ ଆଧାରିତ ପ୍ରସଙ୍ଗ ଅଭିନୀତ ହେଉଥିବାରୁ ଏହାକୁ ଭାରତ ଲୀଳା କୁହାଯାଏ । ଏହି ଲୀଳାରେ ସଂଳାପଟି ଗ୍ରାମ୍ୟ ଶୈଳୀରେ ଥିବାରୁ ଲୋକଙ୍କ ସହଜରେ ବୁଝି ହୁଏ । ପୁଣି ଶୃଙ୍ଗାରଧର୍ମୀ ହାସ୍ୟରସରେ ପରିପୂର୍ଣ୍ଣ ହୋଇ ରହିଛି।ଭାରତ ଲୀଳାରେ ବ୍ୟବହୃତ ପାରମ୍ପରିକ ବାଦ୍ୟ,ଆଞ୍ଚଳିକ ଭାଷା, ଲୋକସଙ୍ଗୀତ ଓ କୌତୁକପଦ ଅଭିନୟ ଯୋଗୁଁ ଏହା ବେଶ ଜନାଦୃତ ହୋଇପାରିଛି ।ବିଧାୟକ ଏହି ଅନୁଷ୍ଠିତ ରେ ଯୋଗ ଦେଇ ଖୁସି ଅନୁଭବ.କରିଛନ୍ତି ପ୍ରତି ବର୍ଷ ଏହି ପାରାମ୍ପରିକ ଜାରି ରହୁ ଘୋଷଣା କରିଛନ୍ତି ସୋରଡ଼ା ରୁ ସଞ୍ଜୟ କୁମାର ସେଠିଙ୍କ ରିପୋର୍ଟ