ସ୍କୁଟି ସହ ଭେନ୍ ମୁହାଁମୁହିଁ ଧକ୍କା ସ୍କୁଟି ଚାଳକ ଘଟଣା ସ୍ଥଳରେ ମୃତ୍ୟୁ..

IMG-20240828-WA0047
Share

.ଭବାନିପାଟଣା (୨୮/୮) ଆଜି ସକାଳ ପ୍ରାୟ ୭.୧୫ ସମୟରେ ଭବାନିପାଟଣା ମ୍ୟୁନିସିପାଲଟି କାର୍ଯ୍ୟାଳୟ ସମ୍ମୁଖରେ ଏକ ସ୍କୁଟି(ଓଡ଼ି ୦୮ ହେଚ ୫୧୯୫) ଓ ସି.ଆର.ପି.ଏଫ୍. କେଣ୍ଟିନ ଭେନ ମଧ୍ୟରେ ଦୁର୍ଘଟଣା ହୋଇଥିଲା। ଏଥିରେ ଭେନ୍ ଟି ସ୍କୁଟି ଚାଳକଙ୍କ ଉପରେ ଚଢ଼ି ଯିବାରୁ ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ସୂତ୍ରରୁ ଖବର ନେବାରୁ ଜଣାପଡିଛି ଯେ ସ୍କୁଟି ଚାଳକ ଜଣକ ଜୁନାଗଡ ତହସିଲ ଅନ୍ତର୍ଗତ ଚାର୍ବାହାଲ ଗ୍ରାମର ପ୍ରେମ ନାରାୟଣ ପଣ୍ଡା ଓ ସେ ଜଣେ ଶିକ୍ଷକ ଥିଲେ ।ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ଭବାନୀପାଟଣା ରୁ ଧୀରଜ୍ ଆଚାର୍ଯ୍ୟ ଙ୍କ ରିପୋର୍ଟ