କୋରାପୁଟ ଜ଼ିଲ୍ଲା କୋଟପାଡ଼ ଅଞ୍ଚଳ କେନ୍ଦୁଗୁଡା ବାସିନ୍ଦା ବୀରେନ୍ଦ୍ର ପ୍ରସାଦ ଗୁପ୍ତା
କୋରାପୁଟ ଜ଼ିଲ୍ଲା କୋଟପାଡ଼ ଅଞ୍ଚଳ କେନ୍ଦୁଗୁଡା ବାସିନ୍ଦା ବୀରେନ୍ଦ୍ର ପ୍ରସାଦ ଗୁପ୍ତା, ମାତା ମୁନ୍ନି ଦେବୀଙ୍କ ଦୁତୀୟ ସନ୍ତାନ ନବୀନ ପ୍ରସାଦ ଗୁପ୍ତା (ଓପିଏସ) ପରୀକ୍ଷା ଫଳ ରେ 19 ତମ ସ୍ଥାନ ରହିଥିବା ଜଣା ପଡିବା ପରେ ପରିବାର ତଥା କୋଟପାଡ଼ ଅଞ୍ଚଳରେ ଖୁସିର ମାହୋଲ ଦେଖିବାକୁ ମିଳିଛି l ନବୀନ ଙ୍କ ପିତା ଜଣେ କପଡା ବ୍ୟବସାଇ ସେ ନୀତି ଦିନ ସାଇକେଲ ରେ ଗ୍ରାମ ଗ୍ରାମ ବୁଲି କପଡା ବିକ୍ରି କରିବା ସହ ଦୁଇ ପୁତ୍ରଙ୍କୁ କିଭଳି ଉଚ୍ଚ ଶିକ୍ଷା ପ୍ରଦାନ କୋରାଇବେ ତାହାହିଁ ତାଙ୍କ ସ୍ବପ୍ନ, ବଡ଼ ପୁଅ ପ୍ରବୀନ ଗୁପ୍ତ ଉଚ୍ଚ ଶିକ୍ଷା ଲାଭ କରିବା ସହ ବାପାଙ୍କ ସହ କପଡା ବ୍ୟବସାୟ ରେ ସହଯୋଗ କରିଥିବା ବେଳେ କିନ୍ତୁ ସାନ ଭାଇଙ୍କୁ କିଭଳି ଜଣେ ପ୍ରଶାସନିକ କ୍ଷେତ୍ର ରେ ଯୋଗ୍ୟ ଅଫିସର ହେଇପାରିବ ସେଥିପ୍ରତି ଗୁରିତ୍ୱ ଦେଇ ଥିଲେ l ନବୀନ ଛୋଟ ବେଳରୁ ବାପାଙ୍କ କଷ୍ଟ ଅନୁବଭ କରି ଏଥିରୁ କିଭଳି ମୁକୁଳିବେ ଚିନ୍ତା କରି ଶିକ୍ଷା ପ୍ରତି ଆକୃଷ୍ଟ ହେଇ ଥିବା ପ୍ରକାଶ କରିଛନ୍ତି l ସେ ବିଏସସି ଜୟପୁର ବିକ୍ରମଦେବ ବିଶ୍ୱ ବିଦ୍ୟାଳୟରେ ଅଧ୍ୟାନ କରି ସେଠାରେ ହିଁ କଳା ବିଭାଗ ରେ ରାଜନୀତି ବିଜ୍ଞାନ ରେ ଅନର୍ସ ରଖି ପି ଜି କରିଥିଲେ ଏବଂ ଦୁଇ ଦୁଇ ଥର ଓପିଏସସି ପରୀକ୍ଷା ଦେଇଥିଲେ ଏଥିରେ ସଫଳ ହେଇପାରିନଥିବା ବେଳେ ପୁଣି ଥରେ ପରୀକ୍ଷା ଦେଇଥିଲେ ଏଥିରେ ଉତୀର୍ଣ୍ଣ ହେଇ ଓଡିଶା ର 19 ତମ ସ୍ଥାନ ରଖି କୋଟପାଡ଼ ତଥା କୋରାପୁଟ ଜ଼ିଲ୍ଲା କୁ ଗୌରବ ଆଣିଛନ୍ତି l ନବୀନ କହିଛନ୍ତି ଆଗକୁ ଶିକ୍ଷା ସହ ପ୍ରଶାସନ କ୍ଷେତ୍ର ଓ ଲୋକଙ୍କ ସେବା କରିବି ବୋଲି ମତ ପ୍ରକାଶ କରିଛନ୍ତି l ବର୍ତ୍ତମାନ ତାଙ୍କୁ କୋଟପାଡ଼ ଅଞ୍ଚଳର ଶିକ୍ଷିତ ଯୁବଗୋଷ୍ଟି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସୁଅ ଚୁଟିଛି lକୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
