April 18, 2025

ଆମ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଗସ୍ତ ପାଇଁ ବିଜେଡି ପ୍ରସ୍ତୁତିର ବୈଠକ …

Share


ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗସ୍ତରେ ଆସୁଛନ୍ତି ମୋ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ୩୦ ତାରିଖ ଅପରାହ୍ନ ୩ଟା ରେ ନିର୍ବାଚନ ପ୍ରଚାରରେ ଆସୁଥିବା ସ୍ଥିର ହୋଇଥିବା ଜଣାପଡିଛି। ଗସ୍ତ ପୂର୍ବରୁ ନେତା ଓ କର୍ମୀ ଏକତ୍ରିତ ହୋଇ କିପରି ଲୋକ ଆସିବେ କାର୍ଯ୍ୟକ୍ରମ ପରିଚାଳନା କିପରି ହେବ ଆଲୋଚନା କରିଥିଲେ। ଏହି ପ୍ରସ୍ତୁତି ବୈଠକ ରେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ନିର୍ବାଚନ ମଣ୍ଡଳୀ ସହ ପର୍ଯ୍ୟବେକ୍ଷକ ପୃଥିବୀ ରାଜ ସାହୁ, ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ମହିଳା ନେତ୍ରୀ, ଯୁବ, ଛାତ୍ର, ବରିଷ୍ଟ ଓ କନିଷ୍ଟ ନେତା ଏବଂ କର୍ମୀ ଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ପ୍ରସ୍ତୁତି ବୈଠକ ରେ ଶତାଧିକ କର୍ମୀ ସାମିଲ ହୋଇଥିଲେ। ପ୍ରସ୍ତୁତ ବୈଠକରେ ବିଜେଡି ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ମଧ୍ୟ ଉପସ୍ଥିତ ଥିଲେ। ପାଣ୍ଡିଆନ ଙ୍କ ପ୍ରଚାର ଗସ୍ତ କାର୍ଯ୍ୟକ୍ରମ ସଫଳ କରିବା ନିମନ୍ତେ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ସମସ୍ତଙ୍କୁ ଅନୁରୋଧ କରିଥିଲେ।

You may have missed