ଆଭାସୀ ପଦ୍ଧତିରେ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ…
ବୋଲଗଡ଼,(ଉପାନ୍ତ ଖବର)ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ
ପରିସରରେ ସ୍ଥାପିତ ଉତ୍କଳ ଗୌରବ
ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ
ରବିବାର ଦିନ ପୁଷ୍ପମାଲ୍ୟ ଅର୍ପଣ କରି ମସ୍ତକରେ ଚନ୍ଦନ ଲେପନ କରି
ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ।ଶିକ୍ଷକ
ଦୀପ୍ତି ରଞ୍ଜନ ଦାସ,ଅଂଶୁମାନ ଧଳ
ଏବଂ ଶିକ୍ଷୟିତ୍ରୀ ନମିତା ସାହୁଙ୍କ ତତ୍ଵାବଧାନରେ ଅଭାସୀ ପଦ୍ଧତିରେ
ଯଥାକ୍ରମେ ବରିଷ୍ଠ ବିଭାଗରେ ନବମ
ଏବଂ ଦଶମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୋଧଜ୍ଞାନ, କନିଷ୍ଠ ବିଭାଗରେ ଷଷ୍ଠ, ସପ୍ତମ ଓ ଅଷ୍ଟମ
ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ‘ମଧୁସୂଦନ
ଦାସଙ୍କ ଜନ୍ମ ଓ ପିଲାଦିନ ‘ପ୍ରସଙ୍ଗ ଉପରେ ପ୍ରବନ୍ଧ, ଉପକନିଷ୍ଠ ବିଭାଗରେ ତୃତୀୟ, ଚତୁର୍ଥ ଏବଂ
ପଞ୍ଚମ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ମଧୁସୂଦନ ଦାସଙ୍କ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏଥରେ ଶିକ୍ଷକ ବିଚିତ୍ର କୁମାର ଘଡେଇ, ବିଶ୍ୱଜିତ ସରୋଜ କୁମାର ଏବଂ ଶ୍ରୋତାଲିନୀ ସାହୁ ବିଚାରକ
ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ।
ବରିଷ୍ଠ ବିଭାଗରେ ଶୁଭଶ୍ରୀ ପଣ୍ଡା,
ରାକେଶ କୁମାର ସାହୁ ଏବଂ ଲିଜା
ଚୌଧୁରୀ, କନିଷ୍ଠ ବିଭାଗରେ ଶୁଭଶ୍ରୀ ଶୁଭସ୍ମିତା ବେହେରା,ସିଦ୍ଧାନ୍ତ
ଭୋଇ ଓ ସସ୍ମିତା ସାହୁ ଏବଂ ଉପକନିଷ୍ଠ ବିଭାଗରେ ଜାଗୃତି ପ୍ରଭା
ସାହୁ, ସୌମ୍ୟାଶ୍ରୀ ସେନାପତି ଏବଂ
ଓମ ସାଇ ସେନାପତି ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ
ହାସଲ କରିଥିଲେ । ପ୍ରଧାନ ଶିକ୍ଷକ
ଶ୍ରୀ ସ୍ୱାଇଁଙ୍କ ସମେତ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ, ସ୍ଵର୍ଣଲତା ପ୍ରଧାନ,ସ୍ମିତାସିନ୍ଧୁ ମହାପାତ୍ର, ସୌଦାମିନି ପରିଡ଼ା ଓ ଶିକ୍ଷକ ବିଭୂପ୍ରସାଦ ମହାପାତ୍ର ଆଭାସୀ ପଦ୍ଧତିରେ ଓଡ଼ିଶାର
ପ୍ରଗତି ପାଇଁ ମଧୁସୂଦନ ଦାସଙ୍କ ଅବଦାନ ସମ୍ପର୍କରେ ଆଲୋକପାତ
କରିଥିଲେ ।
ଶିକ୍ଷୟିତ୍ରୀ ସୌଦାମିନି
ସୁବୁଦ୍ଧି, ସ୍ନେହଲତା ପାଇକରାୟ ଏବଂ ସମ୍ବିତ କେଦାର କର ସହଯୋଗ କରି ଉକ୍ତ କାର୍ଯ୍ୟକ୍ରମକୁ
ସଫଳ କରିଥିଲେ ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ )