August 27, 2026

ଡେଙ୍ଗାପଦରରେ ରାମାୟଣ ନାଟକ ମଞ୍ଚସ୍ଥ 

IMG-20230328-WA0021
Share

 

 

କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମରେ ଶ୍ରୀ ରାଧାକୃଷ୍ଣଙ୍କ ଦୋଳପୂର୍ଣ୍ଣିମା ବାର୍ଷିକ ଯାତ୍ରା ଉପଲକ୍ଷେ ଗାଁ ଦାଣ୍ଡରେ ପୈାରାଣିକ ନାଟକ ‘ରାବଣ ଲେଖୁଛି ରାମାୟଣ’ ମଞ୍ଚସ୍ଥ ହୋଇଥିଲା। ଡେଙ୍ଗାପଦର ଗ୍ରାମରେ ସଭାପତି ନେତୃତ୍ବରେ ପୈାରାଣିକ ନାଟକକୁ କୁକୁଡ଼ାଖଣ୍ତି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟକକୁ ଉଦଘାଟନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ l ଦେଖିବା ପାଇଁ ଦର୍ଶକ ମାନଙ୍କ ଭିଡ଼ଲାଗି ରହିଥିବା ବେଳେ ଏଥିରେ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା,ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ବିଧାୟକ ପ୍ରତିନିଧି ଉଦୟ କୁମାର ବେହେରା, ସାଂସଦ ପ୍ରତିନିଧି ନିରଞ୍ଜନ ମହାନ୍ତି, ସରପଞ୍ଚ ସଂଘର ସଭାପତି ବଶିଷ୍ଠ କୁମାର ଜେନା, ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ମହାଙ୍କୁଡ, ଜିଲ୍ଲା ପରିଷଦ ସଭ୍ୟା ଶିବାନୀ ସେଠୀ, ଉପସଭାପତି କୈଳାଶ ବିଷୋୟୀ, ଯୁବ ସଭାପତି ସଞ୍ଜୟ ସାହୁ, ଛାତ୍ର ସଭାପତି ରାଧାମୋହନ ସେଠୀ, ପଞ୍ଚାୟତ ସଭାପତି ନିରଞ୍ଜନ ସାହୁ, ଲାଞ୍ଜିଆ ସରପଞ୍ଚ ଅନୀଲ କୁମାର ଗୌଡ଼, ବାଘଲଟି ସରପଞ୍ଚ ପ୍ରତିନିଧି ସୁକାନ୍ତ ସାସମଲ, ବନ୍ଥପଲ୍ଲୀ ସରପଞ୍ଚ ପ୍ରତିନିଧି ଟୁନା ନାୟକ, କୁକୁଡ଼ାଖଣ୍ତି ସରପଞ୍ଚ ବନ୍ଦନା ସେଠୀ, ବାଲିପଡା ସରପଞ୍ଚ ପ୍ରତିନିଧି ଜିତେନ୍ଦ୍ର ସେଠୀ, ଡେଙ୍ଗାପଦର ସରପଞ୍ଚ ପ୍ରତିନିଧି ଶଙ୍କର୍ଷଣ ମହାଙ୍କୁଡ, କୁକୁଡ଼ାଖଣ୍ତି ସରପଞ୍ଚ ପ୍ରତିନିଧି ଟୁକୁନା ସେଠୀ, ବରିଷ୍ଠ ସମାଜ ସେବୀ ବିନୋଦ ଗୌଡ଼, ଗୌରୀ ଶଙ୍କର ପାତ୍ର, ଦକ୍ଷିଣପୁର ସରପଞ୍ଚ ଦେବାଶିଷ ସେଠୀ, ଡ଼ଃ ସଞ୍ଜୟ ପାଣିଗ୍ରାହୀ,ନାଏବ ସରପଞ୍ଚ ଜିତେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଅନ୍ୟାନ୍ୟ ନାଟକ ନିର୍ଦ୍ଦେଶକ ଉଦୟ ନାଥ ମହାରଣା, ମ୍ୟାନେଜର ଲକ୍ଷ୍ମୀ ନାରାୟଣ ମହାଙ୍କୁଡ,ଦିପୁ ଗୌଡ଼, ସମ୍ପାଦକ ସତ୍ୟବାନ ସେଠୀ, କୋଷାଧ୍ୟକ୍ଷା ପି.ତୁମ୍ବେଶ୍ୱର ପାତ୍ର, ଅଧିକାରୀ ରବି ବିଷୋୟୀ, ସତ୍ୟବାନ ବେହେରା,ପ୍ରତାପ ବେହେରା, ଅଜୟ କୁମାର ବେହେରା,ମୂନା ସାହୁ, ବାବୁଲା ବେହେରା, ବିନୋଦ ବିଷୋୟୀ ,ଶୁକୁଟା ଗୌଡ଼,ଧନୁ ଗୌଡ଼, ସନ୍ତୋଷ ସାହୁ, କୈଳାଶ ସାହୁ, ଦୁଦଷ୍ଟୀ ଗୌଡ଼ଙ୍କ ସମେତ ଡେଙ୍ଗାପଦର ଗ୍ରାମରେ ଯାତ୍ରା ପରିଚାଳନା କମିଟିରେ ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ l ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳା ରଖିବା ନିମନ୍ତେ ସଦର ଥାନା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା l କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି/ରିପୋର୍ଟ

You may have missed