April 26, 2026

ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ଦାବୀ କଲେ ସମାଜ ସେବୀ

IMG-20230328-WA0037
Share

 

କେଉଁଝର ଜିଲ୍ଲା ହାଟଡିହି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ହାଟଡିହି ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତିନେଇ ଅଗ୍ରଣୀ ସେଚ୍ଛାସେବୀ ଅନୁଷ୍ଠାନ ସର୍ବଜିତା ଫାଉଣ୍ଡେସନର ଅଧ୍ୟକ୍ଷା ତଥା ସମାଜ ସେବୀ ଝାନ୍ସୀ ରାଣୀ ଦାସ ଆନନ୍ଦପୁର ଉପ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ସୂଚନା ଯୋଗ୍ୟ ହାଟଡିହି ବ୍ଲକର ୩୧ ଗୋଟି ପଞ୍ଚାୟତର ମଧ୍ୟ ଭାଗରେ ଏହି ମେଡିକାଲ ଟି ଅବସ୍ଥିତ ଥିବାରୁ ଅଞ୍ଚଳର ପ୍ରାୟ ୧ଲକ୍ଷ୍ୟ ରୁ ଉର୍ଦ୍ଧ ଲୋକ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରି ଥାଆନ୍ତି।କିନ୍ତୁ ଦୁଃଖର ବିଷୟ ଏଠାରେ ସ୍ଥାୟୀ ଡାକ୍ତର ନଥିବାରୁ ଏକ ମାତ୍ର ଫାର୍ମାସିଷ୍ଟି ଦ୍ବାରା ରୋଗୀ ସେବା ଚାଲୁଥିବାର ଦେଖିବାକୁ ମିଳିଛି।ହାଟଡିହିର ବିଭିନ୍ନ ପଞ୍ଚାୟତ ଠାରୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ଦୂରତା ୩୫ କିମିରୁ ଅଧିକ ହୋଇଥିବା ସ୍ଥଳେ ପଡୋଶୀ ଜିଲ୍ଲା ଭଦ୍ରକ ଡାକ୍ତରଖାନା ମଧ୍ୟ ୪୦ କିମି ଦୂରତା ହୋଇଥିବାରୁ ଗରିବ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।ଭଦ୍ରକ ଓ ଆନନ୍ଦପୁର ରାଜ୍ୟ ରାଜପଥର ମଧ୍ୟ ଭାଗରେ ଏହି ଡାକ୍ତରଖାନାଟି ଅବସ୍ଥାନ ହେତୁ ଅଧିକାଶଂ ସମୟରେ ଅନେକ ଲୋକ ଜରୁରୀ କାଳିନ ସେବା ନପାଇ ମୃତ୍ୟୁବରଣ କରୁଥିବା ଘଟଣା ନଜରକୁ ଆସିଛି।ଏହି ସମସ୍ୟାକୁ ନେଇ ଚଳିତ ଜାନୁୟାରୀ ମାସରେ ସର୍ବଜିତା ଫାଉଣ୍ଡେସନ୍ ର ଅଧ୍ୟକ୍ଷା ଝାନ୍ସୀ ରାଣୀ ଦାସ ଙ୍କ ନେତୃତ୍ୟରେ ଅଞ୍ଚଳର ମହିଳାମାନେ କେଉଁଝର ଜିଲ୍ଲାପାଳ ଆଶିଷ କୁମାର ଠାକରେଙ୍କୁ ହାଟଡିହି ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଭେଷଜ ବିଶେଷଜ୍ଞ ନିଯୁକ୍ତି ନେଇ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ବେଳେ ସୋମବାର ଦିନ ଟ୍ରଷ୍ଟର ଅଧ୍ୟକ୍ଷା ଆନନ୍ଦପୁର ଉପ ଜିଲ୍ଲାପାଳ ଅନିଲ୍ କୁମାର ସେଠୀ ଙ୍କୁ ଡାକ୍ତର ନିଯୁକ୍ତି ନେଇ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।ସେହିପରି ଜିଲ୍ଲା ବାସୀଙ୍କ ପାଇଁ କଟକ ବଡ ମେଡିକାଲ ଖୋଲା ଯାଇ ଥିବା ସଂଜୀବନି ସେବା ବିଷୟରେ ଲୋକ ମାନଙ୍କୁ ଅବଗତ କରାଇବା ସହିତ ରୋଗୀ ମାନଙ୍କୁ କଟକ ସଂଜୀବନି କୁ ପଠାଇବାକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।