April 27, 2026

C S O ଓ ମିଲର ର ମଧୁ ଚନ୍ଦ୍ରିକା ରେ ପ୍ରସାଶନ ସାଜିଛି ନିରବ ଦ୍ରଷ୍ଟା .   କଷ୍ଟ ପାଉଛନ୍ତି ପ୍ରକୃତ ଚାଷୀ  କହିବା କାହାକୁ ଶୁଣିବ କିଏ ??ଧାନ ନେବା ନାଁ ରେ ଭୁଆଁ ବୁଲାଉ ଛନ୍ତି ଚାଷୀ କୁ .

IMG-20260228-WA0021
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ସ୍ଥିତ ମିତ୍ର ପୁର ଲ୍ୟାମ୍ପ୍ ଶାଖା ରେ

 

ମଣ୍ଡିରୁ ଉଠୁନି ଧାନ ସରିଆସୁଛି ଟୋକନ ଅବଧି.

ଜମା ହୋଇ ରହିଛି କୁଇଂଟାଲ କୁଇଂଟାଲ ଧାନ .

 

ବାଲେଶ୍ବର ଜିଲ୍ଲା ନୀଳଗିରି ଲ୍ୟାମ୍ପ ମିତ୍ରପୁର ଶାଖା ରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି । ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ସେଠାରେ ସେହି ଧାନକୁ କିଣୁଥିବା ସଂସ୍ଥା କିଣୁ ନାହିଁ। ଫଳରେ ମଣ୍ଡିରେ ଧାନ ପକାଇ ଚାଷୀଙ୍କୁ ବହୁ ହଟହଟାର ସମ୍ମୁଖୀନ ହେବାକୁ ପଡୁଛି। ଏପରି ଏକ ପରିସ୍ଥିତି ଦେଖିବାକୁ ମିଳିଛି ମିତ୍ରପୁର ମଣ୍ଡିରେ l ଚାଷୀ ସମସ୍ୟାର ପ୍ରତିବାଦରେ ଏକ ସପ୍ତାହ ରୁ ୨ ସପ୍ତାହ ହେଲାଣି ଚାଷୀମାନେ ମିତ୍ରପୁର ମଣ୍ଡି କାର୍ଯ୍ୟାଳୟ ସମ୍ମୁଖରେ ଆଗରେ ଧାନ ପକାଇବା ସହ ମଣ୍ଡିରେ ବସି ରହିଛନ୍ତି । ଧାନ ବିକ୍ରିରେ ଦେଖା ଦେଇଥିବା ଅଚଳାବସ୍ଥା ଚାଷୀଙ୍କୁ ଚିନ୍ତାଗ୍ରସ୍ତ କରିଛି l

ଦିନକୁ ଦିନ ମଣ୍ଡି ଗୁଡିକରେ ଧାନ ବଢ଼ିବାରେ ଲାଗିଛି.

ଲକ୍ଷାଧିକ ପ୍ୟାକେଟ ଧାନ ବିଭିନ୍ନ ମାର୍କେଟ ୟାର୍ଡ଼ରେ ପଡ଼ି ରହିଛି l କିଣୁଥିବା ସଂସ୍ଥା ମଣ୍ଡିରୁ ଧାନ ଉଠାଉ ନ ଥିବାରୁ ସମସ୍ୟା ଅଧିକ ବଢ଼ିବାରେ ଲାଗିଛି. ଯାହା ଆଗରୁ ଅନୁମାନ କରାଯାଉଥିଲା ଆଜି ତାହା ଘଟିଛି l ଅସନ୍ତୁଷ୍ଟ ଚାଷୀ ମିତ୍ରପୁର ମଣ୍ଡି କାର୍ଯ୍ୟାଳୟରେ ଶହ ଶହ ବସ୍ତା ଧାନ ପକାଇ ବସି ରହିଛନ୍ତି l

ମିଲର ମାନେ ମଣ୍ଡି କୁ ଗାଡ଼ି ପଠାଇବାର ନାଁ ଧରୁ ନାହାନ୍ତି . ଅତ୍ୟଧିକ କହିଲେ ସପ୍ତାହ କୁ ଗୋଟିଏ ଗୋଟିଏ ଗାଡି ପଠାଉଛନ୍ତି .

ଏମିତି କଲେ କେବେ ଉଠି ପାରିବ ମଣ୍ଡି ରୁ ଧାନ ।