March 8, 2026

ତିର୍ତ୍ତୋଲ ରେ ନବ ନିର୍ମାଣ କୃଷକ ସଂଗଠନ ର ବୈଠକ, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ସମେତ ସଂଗଠନ ର କର୍ମକର୍ତ୍ତା ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ  

IMG-20260228-WA0020
Share

ତିର୍ତ୍ତୋଲ ତା ୨୮/୨ ତିର୍ତ୍ତୋଲ ବ୍ଲକ ଅର୍ନ୍ତଗତ ନାଉସିରା ସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ନବ ନିର୍ମାଣ କୃଷକ ସଂଗଠନ ର ବ୍ଲକ ସ୍ତରୀୟ ବୈଠକ ଅଧିର କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ସଂଗଠନ ର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ବିଭିନ୍ନ ଧାନ ମଣ୍ଡି ରେ ଚାଷୀଙ୍କ ଧାନ କିଣାରେ ଅବ୍ୟବସ୍ଥା ଓ ଅନିୟମିତତା ହେଉଥିବାରୁ ଉଦବେଗ ପ୍ରକାଶ କରିଥିଲେ l ଏଥିସହ ନବ ନିର୍ମାଣ କୃଷକ ସଂଗଠନ କୁ ସଦୃଢ଼ କରିବା ପାଇଁ ପଂଚାୟତ ର ଚାଷୀ ମାନଙ୍କୁ ସଂଗଠନ ସହ ଯୋଡିବା ଉପରେ ଗୁରୁତ୍ୱାରୋପ କରିଥିଲେ l ସମ୍ମାନୀତ ଅତିଥି ରାଜ୍ୟ ସହ ସଂଯୋଜକ ରଶ୍ମିରଂଜନ ସ୍ବାଇଁ ଓ ଜିଲା ସଂଯୋଜକ ଅଶୋକ ସ୍ବାଇଁ ଧାନ ମଣ୍ଡି ରେ ଚାଷ ଧାନ ବିକ୍ରି ରେ ଦେଖାଯାଉଥିବା କଟନି ଛଟନିରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ଏଥିସହିତ ସଂଗଠନ ର ବିଭିନ୍ନ ଦାବି କୁ ନେଇ ଆସନ୍ତା ମାର୍ଚ୍ଚ ୨୨ ତାରିଖ ରୁ କେନ୍ଦୁଝର ଘଟଗାଁ ତାରିଣୀ ମନ୍ଦିର ଠାରୁ ଭୁବନେଶ୍ଵର ପଦଯାତ୍ରା କୁ ସଫଳ କରିବା ପାଇଁ ଆହ୍ବାନ ଦିଆଯାଇଥିଲା l ବ୍ଲକ ସଂଯୋଜକ ମଙ୍ଗୁଳି ଚରଣ ରାଉତରାୟ, ସହ ସଂଯୋଜକ ଅଶୋକ ବାରିକ, ନାରାୟଣ ସାହୁ, ଅନିଲ ମହାପାତ୍ର, ମନୋଜ ପଟ୍ଟନାୟକ, ରାଜକିଶୋର ଦାଶ, ଗୌର ହରି ସ୍ବାଇଁ, ରମାକାନ୍ତ ବେହେରା, ରାଜ କିଶୋର ସ୍ବାଇଁ, ପ୍ରଫୁଲ୍ଲ ରାଉତ, ପ୍ରସନ୍ନ ଦାସ, ଶୁଭେନ୍ଦୁ ପଣ୍ଡା, ଙ୍କ ସମେତ ସଂଗଠନ ର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ l ପରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ସମେତ କର୍ମକର୍ତ୍ତା ମାନେ ଦାଇଁଲୋ ଓ କୃଷ୍ଣାନନ୍ଦପୁର ଧାନ ମଣ୍ଡି ପରିଦର୍ଶନ କରି ଚାଷୀ ମାନଙ୍କ ଭଲ ଧାନ ବିନା କଟନି ଓ ଛଟନି ରେ କ୍ରୟ କରିବା ଓ କୃଷି ସମବାୟ ସମିତିରୁ ଅଖା ନ ପାଇ ଜରି ଅଖାରେ ଧାନ ରଖିଥିବା ଚାଷୀ ର ଧାନ କୁ ମଧ୍ୟ କ୍ରୟ କରାଯାଉ ବୋଲି ଦାବି ରଖିଥିଲେ l ଚାଷୀ ମାନଙ୍କୁ ହୋଇରାଣ କରାଗଲେ ସଂଗଠନ ଆନ୍ଦୋଳନ କୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଥିଲା l ଏଥିସହିତ ଧାନ ମଣ୍ଡି ରେ ଥିବା ଅବ୍ୟବସ୍ଥା କୁ ନେଇ ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ରେ ଏବିଡ଼ିଓଙ୍କ ସହିତ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର