October 28, 2026

ଲାଞ୍ଜିଗଡ଼ଠାରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ….

mind
Share


କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନବ ନିର୍ମିତ 91 ଫୁଟ ଉଚ୍ଚତା ବିଶିଷ୍ଟ ଭବ୍ୟ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି l ଫେବୃଆରୀ 22 ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠା ଉତ୍ସବ 26 ତାରିଖ ସୋମବାର ଦିନ ସମ୍ପନ୍ନ ହୋଇଛି l ଗୁରୁବାର ପ୍ରଥମ ଦିନରେ ମଣ୍ଡଳ କରଣ, ଦୀକ୍ଷା ଗ୍ରହଣ,ଅଙ୍କୁର ରୋପଣ ସହିତ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ସ୍ଥଳେ ସୋମବାର ପୂର୍ଣ୍ଣାହୂତି,ଚତୁର୍ଦ୍ଧାମୂର୍ତ୍ତିଙ୍କର ରତ୍ନ ସିଂହାସନ ଆରୋହଣ ଓ ମନ୍ଦିର ପରିସରରେ ଥିବା ମାଁ ବିମଳାଙ୍କ ମନ୍ଦିର ଓ ମୂର୍ତ୍ତି ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଯାଇଛି l ନୂତନ ମନ୍ଦିର ପ୍ରତିଷ୍ଠାର ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହୋଇଯାଇଛି l
ଏହା ସହିତ 24 ତାରିଖରୁ 26 ତାରିଖ ମଧ୍ୟରେ ଷୋଳ ପ୍ରହର ନାମ ଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ଉଭୟ ଅନୁଷ୍ଠାନ ଏକ ସମୟରେ ଅନୁଷ୍ଠିତ ହେଉଥିବା ଯୋଗୁଁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା l କୌଣସି ବିଶୃଙ୍ଖଳା ଘଟି ନ ଥିଲା l ପାଞ୍ଚ ଦିନ ଯାକ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ହୋଇଥିଲା l ଆନନ୍ଦ ଉଲ୍ଲାସ ମଧ୍ୟରେ ଉତ୍ସବର ପରିସମାପ୍ତି ହୋଇଥିଲା l
(ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନାଙ୍କ ରିପୋର୍ଟ)

You may have missed