April 25, 2026

ଦାରିଙ୍ଗବାଡ଼ିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣୀ  

IMG-20230227-WA0044
Share

 

 

ବ୍ରାହ୍ମଣୀଗାଁ ୨୭/୨:କନ୍ଧମାଳ ଜିଲ୍ଲା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ଆଜି ଦାରିଙ୍ଗବାଡ଼ି ସମିତି ସଭାଗୃହରେ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାପାଳ ଡା.ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ବାଲିଗୁଡ଼ା ଉପଖଣ୍ଡ ପୋଲିସ ଅଧିକାରୀ ରୋହିତ ବର୍ମାଙ୍କ ସହିତ ଏପିଡି ହରପ୍ରସାଦ ଭୋଇ, ପିଏ ଆଇଟିଡିଏ ମଧୁସୂଦନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼.ମନୋଜ କୁମାର ଉପାଧ୍ୟାୟ, ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଦାରିଙ୍ଗବାଡି ତହସିଲଦାର ଡ଼ଃ ଅଶୋକ କୁମାର ଦାସ, ଥାନା ଅଧିକାରୀ କୌଶିକ ମାଝୀ, ବ୍ଳକ ଶିକ୍ଷା ଅଧିକାରୀ ରସାନନ୍ଦ କର,ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା.ଜାକେଶ ସାମନ୍ତରାୟ ସହ ସମସ୍ତ ଜିଲ୍ଲା ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତରୁ ବିଭିନ୍ନ ସମସ୍ୟା ନେଇ ୨୩ଟି ସାମୁହିକ ଓ ୪୯ଟି ବ୍ୟକ୍ତିଗତ ଅଭିଯୋଗ ଜିଲ୍ଲା ପାଳଙ୍କ ଠାରେ ଉପସ୍ଥାପନ କରିଥିଲେ । ସାମୁହିକ ଭାବେ ଭ୍ରମରବାଡ଼ି,ଫ୍ଲିହେରି ସରପଞ୍ଚ ରାସ୍ତା , ମୋବାଇଲ ଟାୱାର ସହିତ ବିଭିନ୍ନ ଗ୍ରାମ ପଞ୍ଚାୟତରେ ପାନୀୟ ଜଳଯୋଗାଣ ଭଳି ସାମ୍ମୁହିକ ସମସ୍ୟା ନେଇ ଆସିଥିଲେ । ବ୍ୟକ୍ତିଗତ ସମସ୍ୟା ଭାବେ ବ୍ରାହ୍ମଣୀଗାଁରୁ ମାରିଆନ ସିଂ, କୀର୍ତ୍ତନ ନାୟକ ଫଳବଗିଛ ଦୁର୍ବତଙ୍କ ଦ୍ୱାରା ପୋଡ଼ିବା,ସ୍ୱାସ୍ଥ୍ୟ ସମସ୍ୟା ନେଇ ଆର୍ଥିକ ସହାୟତା ପ୍ରଦାନ, ଜମିପଟା ପ୍ରଦାନ, ଜମି ଡିମାର୍କେଷନ, ଏମ୍ ଜିଏନ ଆର ଜି ରେ କାମରେ ଅର୍ଥ ନମିଳିବା ଭଳି ସମସ୍ୟା ନେଇ ଅଭିଯୋଗ କରିଥିଲେ । ଜିଲ୍ଲା ପାଳ ସମସ୍ତ ବ୍ୟକ୍ତିଗତ ଓ ସାମ୍ମୁହିକ ଅଭିଯୋଗ ଶୁଣି ବିଭାଗୀୟ ଅଧିକାରୀଙ୍କୁ ସମାଧାନ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣୀରେ ୩ଜଣଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିକିତ୍ସା ପାଇଁ ଜଣଙ୍କୁ ପାଞ୍ଚ ହଜାର, ଅନ୍ୟ ଜଣଙ୍କୁ ଦଶ ହଜାର ଓ ଆଉ ଜଣଙ୍କୁ କୋଡ଼ିଏ ହଜାର ଟଙ୍କା ସର୍ବ ମୋଟ ୩୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)