November 12, 2026

ସ୍କୁଲ ରେ ତାଲା ପକାଇଲେ ଗ୍ରାମ ବାସୀ

IMG-20230227-WA0043
Share

ସ୍କୁଲ ରେ ତାଲା ପକାଇଲେ ଗ୍ରାମ ବାସୀ

କୁନ୍ଦୁରା ତା 27. 2. କୁନ୍ଦୁରା ବ୍ଲକ ସ୍ଥିତ ଆସନା ପଞ୍ଚାୟତ ଆମ୍ବଗୁଡା ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଛନ୍ତି ଗ୍ରାମବାସୀ l ସୂଚନା ଅନୁସାରେ ଆଜି ଦିନ 11 ଟା ସୁଦ୍ଧା ଖୋଲି ନ ଥିଲା ବିଦ୍ୟାଳୟ l ସ୍କୁଲ ପରିସରରେ ଥିଲେ 50 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ l 11 ଟା ସୁଦ୍ଧା ସ୍କୁଲ୍ ଖୋଲି ନ ଥିବା ଦେଖି ଅଭିଭାବକ ଓ ଗାଁ ଲୋକ ଆସି ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିଲ l ପରେ ପରେ ଆସିଥିଲେ ଶିକ୍ଷକ ସତ୍ୟ ନାରାୟଣ ବିଶୋଇ, ଘରକୁ ଫେରି ଯାଇଥିବା ପିଲାଙ୍କୁ ଡାକି ସ୍କୁଲ ଖୋଲିବା ପାଇଁ ଗାଁ ଲୋକେ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ କିନ୍ତୁ ଏହା ପ୍ରଥମ ଥର ନୁହଁ ବହୁବାର କହିବା ପରେ ମଧ୍ୟ ଠିକ୍ ସମୟରେ ସ୍କୁଲ ନ ଖୋଲିବା, ସମସ୍ତ ଶିକ୍ଷକ ଠିକ୍ ସମୟରେ ନ ଆସିବା ଭଳି ଅଭିଯୋଗ କରି ଗାଁ ଲୋକେ ତାଲା ଖୋଲି ନାହାନ୍ତି l ପ୍ରଧାନ ଶିକ୍ଷକ ଜୟନ୍ତ ତ୍ରିପାଠୀଙ୍କ ସୂଚନା ଅନୁସାରେ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ70 ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି I ସେ ସାମର୍ଥ୍ୟ ତାଲିମ୍ ନେଉଛନ୍ତି ଏବଂ ଅନ୍ୟ ଜଣେ ସହ ଶିକ୍ଷକ ଛୁଟିରେ ଥିବା ବେଳେ ଆଜି ଜଣେ ଶିକ୍ଷକ କାର୍ଯ୍ୟରତ ଥିଲେ ଏବଂ ସେ ଏକ ଘଣ୍ଟା ବିଳମ୍ବରେ ସ୍କୁଲକୁ ଯାଇ ଥିଲେ ତେଣୁ ଏହି ସମସ୍ୟା ଦେଖା ଦେଇଥିବା କହିଛନ୍ତି l ଅନ୍ୟ ପକ୍ଷେ ସ୍କୁଲର ଏ ସମସ୍ତ ସମସ୍ୟା ଦର୍ଶାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ତିଳୋତ୍ତମା ଗରଡ଼ାଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଛନ୍ତି ଗ୍ରାମବାସୀ l ଏ ନେଇ beo ଶ୍ରୀମତୀ ଗରଡ଼ାଙ୍କ ସହ ଯୋଗାଯୋଗ କରିବାରୁ ଗ୍ରାମବାସୀ ଦେଇଥିବା ଅଭିଯୋଗ ଗ୍ରହଣ କରି ସମସ୍ତ ଅଭିଯୋଗକୁ ତଦନ୍ତ ପାଇଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ପ୍ରକୃତ ତଥ୍ଯ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି l ଆଜି ବିଦ୍ୟାଳୟ ରେ ପାଠ ପଢ଼ା, ମଧ୍ୟାହ୍ନ ଭୋଜନ ଆଦି ବନ୍ଦ ରହିଥିବା ବେଳେ ସନ୍ଧ୍ୟା 6 ଟା ସୁଦ୍ଧା କୌଣସି ସରକାରୀ ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ନାହାନ୍ତି l

ଜିଲ୍ଲା ପ୍ରତିନିଧି ହରିଶ୍ କୁମାର ପଟ୍ଟନାୟକଙ୍କ ରିପୋଟ, ନିଉସ୍ ଉପାନ୍ତ ଓଡ଼ିଶା l

କୋରାପୁଟ ଜିଲ୍ଲା ରୁ ହରିଷ ପଟନାୟକ ଙ୍କ ରିପୋର୍ଟ।

You may have missed