October 24, 2026

ଛତ୍ରମଠ ପାଲାଅନୁଷ୍ଠାନ ର ସମ୍ପାଦକ ରାଜୁସେଠି ଙ୍କ ବିୟୋଗରେ ଶୋକ …

IMG-20261024-WA0037
Share

ତିର୍ତ୍ତୋଲ ତା 24/10/2026 ଝଙ୍କଡ଼ ସାରଳାପୀଠ କନକପୁର ପଞ୍ଚାୟତ ଅନ୍ତର୍ଗତ ଛତ୍ରମଠ ରେ ଦୀର୍ଘ ଶହେବର୍ଷ ପୂର୍ବରୁ ପାଳିତ ହୋଇଆସୁଥିବା, ସତ୍ୟନାରାୟଣ ବାଦୀପାଲା, କିଛିବର୍ଷଧରି ସତ୍ୟନାରାୟଣ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଆସୁଥିଲା l ଏହି ଅନୁଷ୍ଠାନର ସମ୍ପାଦକ ରାଜକିଶୋର ସେଠି ଙ୍କ ଉଦ୍ୟମ ଓ ପ୍ରଚେଷ୍ଟାରେ, ଆୟୋଜିତ ବାଦୀପାଲା କୁ ଓଡିଶାର ବହୁପ୍ରତିଷ୍ଠିତ ପାଲାଗାୟକ ମାନେ ଯୋଗଦେଉଆସୁଥିଲେ l ମାତ୍ର ଗତ ଶୁକ୍ରବାରବାର ରାତି ଆଠଟା ପଇଁଚାଳିଶି ମିନିଟ ରେ ରାଜୁସେଠି (62) ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ହୃଦଘାତ ରେ ମୃତ୍ୟୁବରଣ କରିଛନ୍ତି l ତାଙ୍କର ପତ୍ନୀ ରଶ୍ମିତା ତେରବର୍ଷ ପୂର୍ବରୁ ପରଲୋକ ଗମନ କରିଥିବାବେଳେ ରାଜଲକ୍ଷ୍ମୀ ଓ ଋତୁପର୍ଣ୍ଣା ନାମରେ ଦୁଇଟି ଅବିବାହିତା ଝିଅ ଅଛନ୍ତି l ବିଳମ୍ବିତ ରାତିରେ ଗ୍ରାମ୍ୟଶ୍ମାଶନ ରେ ତାଙ୍କ ଅନ୍ତେଷ୍ଟକ୍ରିୟା ସମୟରେ ପଦ୍ମଚରଣ ସେଠି, ଅକ୍ଷୟ ସେଠି, ଅଜୟ ସେଠି, ଅଶୋକ ସେଠି, ଆଲୋକସେଠି ଓ ଦୀପକ କୁମାର ସେଠି ପ୍ରମ୍ମୁଖ ଉପସ୍ଥିତ ଥିଲେ l ତାଙ୍କର ଉତ୍ତ୍ସର୍ଗୀକୃତ ସେବାକାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳ ରେ ଗଭୀରଶୋକର ଛାୟା ଖେଳିଯାଇଛି l ସତ୍ୟନାରାୟଣ ସାଂସ୍କୃତିକ ପରିଷଦ ର ସଭାପତି ଧୁନଚନ୍ଦ୍ର ସେନାପତି, ପୂର୍ବତନ ସମିତିସଭ୍ୟ ବିଭୁତିଭୂଷଣ ଦାସ, ଅରୁଣ ଖୁଣ୍ଟିଆ, ବୀରକିଶୋର ବାରିକ, ନାରାୟଣ ବାରିକ, ଦିଗମ୍ବର ରାଉତ, ମହେଶ ନାୟକ, ଦୁର୍ଯ୍ୟୋଧନ ବାରିକ, କନକପୁର ସରପଞ୍ଚ ରେବତୀ ମହାନ୍ତି, ସମାଜସେବୀ ଅଶୋକ କୁମାର ମହାନ୍ତି ଓ ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ବହୁ ବିଶିଷ୍ଟମାନ୍ୟଗଣ୍ୟ ବ୍ୟକ୍ତିମାନେ ଶୋକପ୍ରକାଶ କରିବା ସହିତ ତାଙ୍କର ପରିବାରବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed