May 11, 2026
IMG-20250128-WA0050
Share

 

ଚିକିଟି(ଶୁଭଶ୍ରୀ ପ୍ରଧାନ )

ରାଜଧାନୀ ଭୁବନେଶ୍ଵରରେ ରହିଥିବା ଅମରଜିତ୍ ନିଜର ଏକ ଗ୍ରାହକ ରହିଥିବା ଯୋଗୁଁ ସେ ଦିଲ୍ଲୀରୁ ଆସିଥିବା ବେଳେ ପ୍ରୋଜେକ୍ଟ ରିପୋର୍ଟ ଦେଖି ରଣ ଦେଉଥିବା ବେଳେ ଗତ ଗୁୁରୁବାର ଦିନ ସେମାନେ ଏଠାକୁ ଆସିଥିବା ବେଳେ ସେ ଆସିବା ସମୟରେ ସନ୍ଧ୍ୟା ହୋଇଯାଇଥିବା ବେଳେ ଏକ ସ୍କର୍ପିଓ କାର ଯୋଗେ ଅଣାଯାଇଥିବା ବେଳେ ସମସ୍ତଙ୍କୁ ଅନ୍ୟ ଏକ ଗାଡ଼ିରେ ନିଆଯିବା ସହିତ ବନ୍ଧୁକ ଦେଖାଇବା ଏପରିକି ଗୋଟିଏ ରାଉଣ୍ଡ ଫାୟରିଙ୍ଗ୍ କରାଯିବା ସହିତ ବହୁତ ଯୋରରେ ମାଡ଼ ମରାଯାଇଥିଲା । ଅପହରଣକାରୀଙ୍କ ଠାରୁ ଉଦ୍ଧାର ହୋଇଥିବା ଅପହୃତ ରବିନ୍ଦ୍ର ନିଜର ବୟାନ ଦେଇଛନ୍ତି। କୋଟିଏ ଟଙ୍କା ଡିଲ କରି ଚାରି ଜଣଙ୍କୁ ଅପହରଣ କରି ଚିକିଟି ଗଡ଼ର ଖୁଆଡ ସାହିର ଏକ ପରିତକ୍ତ ପଡ଼ିଆରେ ଏକ କୁଡ଼ିଆ ମଧ୍ୟରେ ବନ୍ଧକ ରଖିଥିଲେ । ଏହି ବନ୍ଧକ ମାନଙ୍କୁ ନାଗସାପ ଦେଖାଇ ଟଙ୍କା ମାଗି ଅତ୍ୟଧିକ ମାଡ଼ ମାରିବା ସହ ଉପବାସ ରଖୁଥିଲେ । ଦୀର୍ଘ ଚାରି ଦିନ ଧରି ନିର୍ଯ୍ୟାତନାର ଶିକାର ହୋଇଥିବା ବେଳେ ରବିବାର ପୂର୍ବାହ୍ନ ରେ ଅପହୃତ ଚାରିଜଣକ ମଧ୍ୟରୁ ଜଣେ କୈଶଳକ୍ରମେ ଖସି ଯିବା ପରେ ନିକଟରେ ରହିଥିବା ତହସିଲ କାର୍ଯ୍ୟାଳୟ ନିକଟକୁ ଯାଇ ଜୀବନ ବଞ୍ଚାଇବାକୁ ଭିକ୍ଷା ମାଗିଥିଲେ । ଉକ୍ତ ବ୍ୟକ୍ତିଙ୍କୁ ସ୍ଥାନୀୟ ତହସିଲଦାର ପୋଲିସ ଜିମା ଦେଇଥିଲେ । ସୋମବାର ଦିନ ଅବକାରୀ ବିଭାଗ, ପୋଲିସ ଓ ବନବିଭାଗ ଙ୍କ ମିଳିତ ଚଢାଉ କରି ସମଗ୍ର ଗଂଜେଇ ଚାଷ କୁ ନଷ୍ଟ କରି ଘଟଣାର ତଦନ୍ତ ଚାଲିଥିବା ପୋଲିସ କହୁଛନ୍ତି ।