May 11, 2026

ବେଲଗୁଣ୍ଠା ବ୍ଳକ୍ ରେ କନିଷ୍ଠ ଶିକ୍ଷକ ସଂଘ ଗଠିତ

IMG-20250128-WA0048
Share

 

 

ବେଲଗୁଣ୍ଠା,୨୭/୦୧, ବେଲଗୁଣ୍ଠା ବ୍ଳକ୍ ରେ ନୂତନ ଭାବେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ( ସ୍କିମାଟିକ୍ ) ଏକ ନୂତନ ସଂଘ ଗଠନ କରିବା ସହିତ ସଂଘ ନିମିତ୍ତ କର୍ମକର୍ତ୍ତା ଚୟନ କରିଛନ୍ତି I ଏହି ଅବସରରେ ନବ ନିଯୁକ୍ତ ସମସ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ( ସ୍କିମାଟିକ୍ ) ଙ୍କୁ ଅନୁଷ୍ଠିତ ଏକ ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ରୂପେ ବିବେକାନନ୍ଦ ପାତ୍ର, ଉପସଭାପତି ଭାବେ ସୁନେଲି ସ୍ୱାଇଁ, ସମ୍ପାଦକ ରୂପେ ସନ୍ତୋଷ ଗୌଡ଼,ସହସମ୍ପାଦକ ରୂପେ ପ୍ରଣତି ଦାସ,କୋଷାଧ୍ୟକ୍ଷ ରୂପେ ପୁଷ୍ପାଞ୍ଜଳି ସାହୁ, ଗଣମାଧ୍ୟମ ସଂଯୋଜକ ରୂପେ ଅନ୍ନପୂର୍ଣ୍ଣା ପାତ୍ର ଏବଂ ଦେବୀ ପ୍ରସାଦ ନାୟକଙ୍କୁ ଚୟନ କରାଯାଇଛି I ସେହିପରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ସେଠୀ, ମନୋଜ କୁମାର ପଟ୍ଟନାୟକ ଏବଂ ସଂଗଠନ ସମ୍ପାଦକ ନୂତନ ସଂଘର ଉପଦେଷ୍ଟା ମଣ୍ଡଳୀ ରୂପେ ମନୋନୀତ ହୋଇଛନ୍ତି I ଆଗାମୀ ଦିନରେ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ସଂଘ ମାଧ୍ୟମରେ ଚେଷ୍ଟା କରାଯିବ ବୋଲି ଆଲୋଚନା ହୋଇଥିଲା I

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ