November 21, 2024

ବନସୁରଭି ପ୍ରକାଶନ ପକ୍ଷରୁ ସାରସ୍ବତ ସମାରୋହ: ପ୍ରତିଭା ସମ୍ବର୍ଦ୍ଧନା ଓ କବିତା ପାଠୋତ୍ସବ..

Share

 

ଧୋଡ୍ରା, (ନବରଙ୍ଗପୁର) -ତା୨୮.୦୧.୨୦୨୪ରିଖ ଦିନ ବନସୁରଭି ପ୍ରକାଶନ ପକ୍ଷରୁ ବଲ୍ଲଭ ରାଉତଙ୍କ ଆମନ୍ତ୍ରଣ କ୍ରମେ ଅନୁଷ୍ଠାନ ର ୩୬ତମ ବାର୍ଷିକ ଉତ୍ସବ, ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଓ କବିତା ପାଠୋତ୍ସବ ସହ ଏକ ଭବ୍ୟ ସାରସ୍ବତ ସମାରୋହ ସ୍ଥାନୀୟ ଧୋଡ୍ରା ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନ କବିତା ପାଠ ଶ୍ରୀମତୀ ପ୍ରଭାତୀ ଦେବନାଥଙ୍କ ସଭାପତିତ୍ବ କରିଥିବାବେଳ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ମନୋରମା ମହାପାତ୍ର, ସମ୍ମାନିତ ଅତିଥି ଭାବେ ପ୍ରଭଞ୍ଜନ ତ୍ରିପାଠୀ ଓ ସ୍ମୃତି ପଣ୍ଡା ଓ ସଂଯୋଜକ ଭାବେ ଶ୍ରୀମତୀ ଗୁରୁଦାସୀ ମଣ୍ଡଳ, ଶ୍ରୀମତୀ ବୈଜୟନ୍ତୀ ମାଳା ରାଉତ ରହିଥିଲେ । ଶ୍ରୀମତୀ ସ୍ବାଗତିକା ବାହିନୀପତି ଅତିଥି ପରିଚୟ-ପ୍ରଦାନ କରିଥିଲେ। ଶ୍ରୀ ଧନଞ୍ଜୟ ମଲ୍ଲ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ। ଦ୍ବିତୀୟ ଅଧିବେଶନ ଡା ସୁରେନ୍ଦ୍ର ନାଥ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ସମାଜ ସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ସାହିତ୍ୟ ସଂଗଠକ ଶ୍ରୀ ଲଳିତ ମୋହନ ନାୟକ, ସମ୍ମାନିତ ଅତିଥି ଭାବେ, ବରିଷ୍ଠ ସାହିତ୍ୟିକ ଶ୍ରୀନାରାୟଣ ପଣ୍ଡା, ବରିଷ୍ଠ ସାହିତ୍ୟିକ ଶ୍ରୀ ବିଜୟ ଚୌଧୁରୀ, ବରିଷ୍ଠ ସାହିତ୍ୟିକ ଶ୍ରୀ ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଓ ଅଧ୍ୟାପକ ଗୋପାଳ ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ମୁଖ୍ୟ ବକ୍ତା-ଭାବେ ଶ୍ରୀ ପ୍ରଫୁଲ୍ଲ କୁମାର ରାଉତ ଯୋଗଦେଇ ବକ୍ତବ୍ୟ ରଖି ଥିଲେ । ଏହି ଅବସରରେ “ବନ ସୁରଭି” ପୁସ୍ତକଟିକୁ ଅତିଥି ମାନେ ଲୋକାର୍ପିତ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଓ ପୁସ୍ତକ ସମୀକ୍ଷା ଶ୍ରୀ ଟୁଟୁ ବାବୁ ପଟ୍ଟନାୟକ କରିଥିଲେ। ଅଧ୍ୟାପକ ଅଖିଳ ଭଟ୍ଟ ଅତିଥି ପରିଚୟ ପ୍ରଦାନ କରିଥିଲେ । ତୃତୀୟ ଅଧିବେଶନ ବରିଷ୍ଠ ସାହିତ୍ୟିକ ଶ୍ରୀ
କେଦାରେଶ୍ୱର
ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ବନସୁରଭି ର ଉପ ସଭାପତି ଶ୍ରୀ ସୁବାସ ଚନ୍ଦ୍ର ବିଷୋୟୀ, ସମ୍ମାନିତ ଅତିଥି ଭାବେ ଆଦିବାସୀ ଭାଷା ଗବେଷକ ଶ୍ରୀ ସାଇମନ ବିଡିକା ମୁଖ୍ୟବକ୍ତା ଭାବେ ଅଧ୍ୟାପକ ପରୀକ୍ଷିତ ସାହୁ ଥିବାବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବରିଷ୍ଠ କବି ଶ୍ରୀ ରତିକାନ୍ତ ଦୁବେ। ସମ୍ବର୍ଦ୍ଧନା ସଭାରେ ୨୦୨୩ମସିହା ପାଇଁ ସର୍ବଶ୍ରୀ ଡ ରାଜେନ୍ଦ୍ର ପାଢୀ, ସଚ୍ଚିଦାନନ୍ଦ ବସ୍ତିଆ,ଶାନ୍ତିଲତା ମହାନ୍ତି, ପ୍ରଭାସିନୀ ମହାନ୍ତି,ରାମ ପ୍ରସାଦ ପାତ୍ର, ରବିନ୍ଦ୍ରନାଥ ବାହିନୀପତି,ସୁଧୀରାଜ ରାଉତ,ରମେଶ ଚନ୍ଦ୍ର ଟାକ୍ରୀ, ଜାହ୍ନବୀ ପଣ୍ଡା, ଅଧ୍ୟାପିକା ସ୍ବପ୍ନା ମହାନ୍ତି,ପ୍ରଭାତୀ ଦେବନାଥ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ୨୦୨୪ ମସିହା ପାଇଁ ସର୍ବଶ୍ରୀ ସୁରେଶ ଚନ୍ଦ୍ର ମିଶ୍ର,ସୁଶୋଭିତା ମେରିଲିନ ତୁରୁକ, ବିବେକାନନ୍ଦ ପଟ୍ଟନାୟକ, ଅଧ୍ୟାପକ ରମେଶ ଚନ୍ଦ୍ର ନାହାକ, ସ୍ବାଗତିକା ସାହୁ, ସମୀର କୁମାର ପ୍ରଧାନ,ତ୍ରିପତି ବାଲାଜୀ ସାହୁ, ସ୍ବର୍ଣ୍ଣ ଲତା ପଟ୍ଟନାୟକ, ସାଗର କୁମାର ପରିଡା,ଦୁର୍ଗାପ୍ରସାଦ ପାଢୀ, ସବ୍ୟସାଚୀ ବିଷୋୟୀ ଓ ସନ୍ତୋଷ କୁମାର ଖମାରୀ ସମ୍ବର୍ଦ୍ଧିତ ହୋଇଥିଲେ।ଶେଷ ପର୍ଯ୍ୟାୟରେ ଅଧ୍ୟାପକ ରମେଶ ଚନ୍ଦ୍ର ନାହାକଙ୍କ ଦ୍ବାରା ଦ୍ବାରା ଯାଦୁ ପରିବେଷଣ ହୋଇଥିଲା ।ଶେଷରେ ଶ୍ରୀ ଗଣେଶ ପ୍ରସାଦ ରଣା ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ

(ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦିନାଶୁ ଆଚାରୀ ଙ୍କ ରିପୋର୍ଟ)

 

You may have missed