October 27, 2026

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ 

IMG-20261027-WA0078
Share

 

ବୁଗୁଡ଼ା : ତା ୨୭/୧୦/୨୬ : ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରେ ସମ୍ଭାବ୍ଯ ବାତ୍ଯା ‘ଅର୍ଣ୍ଣବ’ର ମୁକାବିଲା ସାଙ୍ଗକୁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବୈଠକ ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଏବିଡିଓ ଧର୍ମରାଜ ପରିଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲା ବେଳେ ଏ ଅବସରରେ ସମ୍ଭବ୍ଯ ବାତ୍ୟାର ପ୍ରଭାବ ଏବଂ ତାହାର ସଫଳ ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ସମ୍ପର୍କେ ବ୍ଯାପକ ଆଲୋଚନା କରାଯାଇଥିଲା। ବିଶେଷକରି ଜନସାଧାରଣଙ୍କ ସୁରକ୍ଷା, ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ସହାୟତା ପ୍ରଦାନ , ଅତ୍ଯାବଶ୍ଯକୀୟ ସାମଗ୍ରୀର ଉପଲବ୍ଧତା ସାଙ୍ଗକୁ ବିଭିନ୍ନ ଅଧିକାରୀଙ୍କ ସମନ୍ଵୟ ରକ୍ଷା ଦିଗରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା। ଏଥି ସହ ବାତ୍ୟା ସମୟରେ ଯେକୌଣସି ଜରୁରୀ ପରିସ୍ଥିତିର ଦୃଢ ମୁକାବିଲା ପାଇଁ ସମସ୍ତ ବିଭାଗ ସଜାଗ ରହିବା ସହ ଆବଶ୍ୟକୀୟ ପୂର୍ବ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥିର କରାଯାଇଥିଲା। ଅନ୍ଯପକ୍ଷରେ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରାକ୍ ପଦକ୍ଷେପ ସ୍ବରୂପ ଉଭୟ ସମଲେଇ ଓ ପଥରବଣିର ଆଶ୍ରୟସ୍ଥଳୀରେ ୮୪ ଜଣ ବ୍ଯକ୍ତିଙ୍କୁ ରଖାଯାଇଛି।

You may have missed