ହଲଦୀପାଲିରେ ମା’ ଗଜଲକ୍ଷ୍ମୀ ପୂଜା ମହୋତ୍ସବ
ବରପାଲି : (ସୁଦାମ ଦୀପ) ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ହଲଦୀପାଲି ଗ୍ରାମରେ ଦ୍ୱିତୀୟ ବର୍ଷ ପାଇଁ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।ମା’ ଗଜଲକ୍ଷ୍ମୀଙ୍କ ପୂଜା ଅବସରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ମା’ଙ୍କ କୃପା ଲାଭ ସହ ଗ୍ରାମବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ଭକ୍ତମାନେ ପୂଜାରେ ସାମିଲ ହେଉଛନ୍ତି। ଏହି ପୂଜା ମହୋତ୍ସବ ପାଞ୍ଚ ଦିନ ଧରି ଚାଲିବାକୁ ଥିବାବେଳେ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଛି। ଏହି ପୂଜାରେ କର୍ତ୍ତା ଭାବରେ ଜୀବର୍ଦ୍ଧନ ପ୍ରଧାନ ଓ ତାଙ୍କ ପତ୍ନୀ ଆଲ୍ଲାଦିନୀ ପ୍ରଧାନ ଦାୟିତ୍ୱ ତୁଲାଉଛନ୍ତି। ପୂଜା ମହୋତ୍ସବର ସୁପରିଚାଳନା ପାଇଁ ଯାତ୍ରା କମିଟିର ସଦସ୍ୟ ମନୋଜ ରଣା, କିରଣ ପ୍ରଧାନ, ବିବେକ ଧରୁଆ, ଲଳିତ ସେଠ, ମଣ୍ଟୁ ପ୍ରଧାନ, ଦୁଷ୍ମନ୍ତ ରଣା, ନାରାୟଣ ରଣା, ବିଜୟ ପ୍ରଧାନ ଓ ରାମଗୋପାଳ ଭୋଇ ପ୍ରମୁଖ ସହଯୋଗ କରୁଛନ୍ତି। ଧାର୍ମିକ ଆସ୍ଥା ଓ ଗ୍ରାମୀଣ ପରମ୍ପରାକୁ ଆଧାର କରି ଆୟୋଜିତ ଏହି ପୂଜା ମହୋତ୍ସବ ଗ୍ରାମବାସୀଙ୍କ ମଧ୍ୟରେ ଏକତା, ଭାଇଚାରା ଓ ସାମୂହିକ ସହଯୋଗର ଭାବନାକୁ ଆହୁରି ସୁଦୃଢ଼ କରୁଛି।
