October 27, 2026

ତାଳପଦରରେ ୨୮ତମ ଫୁଟବଲ୍ ପ୍ରତିଯୋଗିତା ଉଦ୍‌ଯାପିତ  ଇଚ୍ଛାପୁରକୁ ହରାଇ ଧୁମାଭଟା ଚାମ୍ପିଅନ୍

IMG-20261027-WA0087
Share

 

 

ବରପାଲି : ୨୭/୧୦ (ସୁଦାମ ଦୀପ)ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ଅନ୍ତର୍ଗତ ତାଳପଦର ହାଇସ୍କୁଲ ପଡ଼ିଆଠାରେ ଉତାଲଗଡ଼ ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ୨୮ତମ ଫୁଟବଲ୍ ପ୍ରତିଯୋଗିତା ରବିବାର ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍‌ଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍‌ରେ ଧୁମାଭଟା ଓ ଇଚ୍ଛାପୁର ଦଳ ମଧ୍ୟରେ ରୋମାଞ୍ଚକର ଲଢ଼େଇ ହୋଇଥିଲା। ଶେଷରେ ଟାଇବ୍ରେକର ଜରିଆରେ ଧୁମାଭଟା ଦଳ ବିଜୟୀ ହୋଇ ଚାମ୍ପିଅନ୍ ଟ୍ରଫି ହାସଲ କରିଥିଲା।ଫାଇନାଲ୍ ମ୍ୟାଚ୍‌କୁ ଦେଖିବା ପାଇଁ ଖେଳପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଉଭୟ ଦଳର ଖେଳାଳିମାନେ ଉନ୍ନତ ଖେଳ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣିଥିଲେ। ଟାଇବ୍ରେକରରେ ଧୁମାଭଟା ଦଳର ବିଜୟ ସହ ପ୍ରତିଯୋଗିତାର ପରିସମାପ୍ତି ଘଟିଥିଲା। ଉଦ୍‌ଯାପନୀ ସମାରୋହରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିୟା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ୍ ଧୁମାଭଟା ଦଳ ସମେତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏଭଳି କ୍ରୀଡ଼ା ପ୍ରତିଯୋଗିତା ଗ୍ରାମାଞ୍ଚଳରେ ଖେଳ ପ୍ରତିଭାର ବିକାଶ ସହ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା ଓ ଭାଇଚାରା ବୃଦ୍ଧିରେ ସହାୟକ ହୋଇଥାଏ।ଏହି ଅବସରରେ ଅଧ୍ୟାପକ ସୁଶାନ୍ତ ମିଶ୍ର, ଖେଳ ଶିକ୍ଷକ ହୃଦମଣି ସାହୁ, ଯୁବନେତା ଆଶୁତୋଷ ମେହେର, ମହେଶ ଦେବତା, ସମିତି ସଦସ୍ୟ ସଂଜୁ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ କ୍ଷୀରୋଦ୍ର ସାହୁ, ଖଗେଶ୍ୱର ସାହୁ, ଅରୁଣ ସାହୁ, ଆର୍ତ୍ତ ଭୋଇ, ସୁଶାନ୍ତ ରଞ୍ଜନ ପ୍ରଧାନ, ସୁଶାନ୍ତ ସାହୁ ଓ ସଂଜୀବ ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ମ୍ୟାଚ୍‌କୁ ମଣ୍ଡୁ ବାଗ ଓ ସନ୍ତୋଷ ପଟେଲ ପରିଚାଳନା କରିଥିବା ବେଳେ ମନୋଜ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ l

ଆୟୋଜନରେ ଉମେଶ ଭୋଇ, ପିକୁଲ ସାହୁ, ସଂଜୟ ଭୋଇ, ଗଣନାଥ ସାହୁ, ମୁକେଶ ସାହୁ ଓ ଭୋଜରାଜ ପ୍ରଧାନଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।

You may have missed