October 28, 2026

ଉମରକୋଟ ରେ ୩ ଦିନିଆ ବିକଶିତ ଓଡ଼ିଶା ୨.୦ ପ୍ରଦର୍ଶନୀ ଆରମ୍ଭ, କେନ୍ଦ୍ର ସରକାରଙ୍କ ୨୦ ଟି ବିଭାଗର ବିଭିନ୍ନ ଯୋଜନା ଉପରେ ପ୍ରଦର୍ଶନୀ……

IMG-20261027-WA0021
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ସାଂସଦ ଇଞ୍ଜିନିୟର ବଳଭଦ୍ର ମାଝୀ ଙ୍କ ମାଗଦର୍ଶନରେ ଉମରକୋଟ ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ୩ ଦିନିଆ

ବିକଶିତ ଓଡ଼ିଶା ୨.୦ ପ୍ରଦର୍ଶନୀ ମହା ଆଡମ୍ବରରେ ରେ ଉଦଘାଟନ ହେଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ।

କେନ୍ଦ୍ରୀୟ ସଂସ୍ଥା ଇନସ୍ପାଇର ର ସହାୟତା ରେ ଆରମ୍ଭ ହେଇଥିବା ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ୨୦ ଟି ବିଭାଗ ତଥା ପ୍ରତିରକ୍ଷା ବିଭାଗ, ସ୍ୱାସ୍ଥ୍ୟ ସେବା, ଆଦିବାସୀ କଲ୍ୟାଣ, ବନ୍ଦର ଓ ଜାହାଜ ପରିବହନ , ଖଣି ଓ କୋଇଲା ଇତ୍ୟାଦି ବିଭାଗ ସହ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ, ଅବଗତ କରିବା ସହ ଯୋଜନା ଗୋଟିଏ ମଞ୍ଚରେ ପ୍ରଦର୍ଶନୀ ମାଧ୍ୟମରେ ଲୋକଙ୍କୁ ଅବଗତ କରାଯିବ ସହ ଏହି ସବୁ ଯୋଜନାର ଲାଭ କିପରି ଲୋକେ ନେଇ ପାରିବେ । ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ମୂଳ ଲକ୍ଷ୍ୟ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିବା ବିକଶିତ ଭାରତ @ ୨୦୪୭ କୁ ଲକ୍ଷ ସ୍ଥଳରେ ପହଞ୍ଚ।ଇବା। ପ୍ରଦର୍ଶନୀ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା, ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ , ନିଯୁକ୍ତି, ଦକ୍ଷତା ବିକାଶ, ଉଦ୍ୟୋଗୀତା ଓ ନୂତନ ସୁଯୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ। ସହ ଏହାର ଲାଭ କିପରି ନେଇ ହେବ ଉପସ୍ଥିତ ଅଧିକାରୀ ମାନେ ଅବଗତ କରାଉଛନ୍ତି। ଏଥି ସହ ହାଇଦରାବାଦ ର ୟୁ ଆଇ ଡି ଆଇ ର ସଂସ୍ଥା ର ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ଆଧାର ଅପ ଡେଟ୍ କରୁଛନ୍ତି। ଆଜିର ଉଧଘ।ଟନି କାର୍ଯ୍ୟକ୍ରମରେ ଗଣ ଶିକ୍ଷା ମନ୍ତ୍ରୀ ଙ୍କ ସହ, ସାଂସଦ ଇଞ୍ଜିନିୟର ବଳଭଦ୍ର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା, ନବରଙ୍ଗପୁର ବିଧାୟକ ଗୌରୀ ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାସ, କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର ଉପ କୁଳପତି ଡକ୍ଟର ଅଜିତ ସ।ସ।ନି, ଫ୍ରିଲାନ୍ସ ସାମ୍ବାଦିକ ତଥା ବିଜ୍ଞାନ ଫୋଟଗ୍ରାଫର ଲକ୍ଷ୍ମୀ ନାରାୟଣ ବକ୍ସି, ଭୁବନେଶ୍ୱର ସିଫା ର ଅଧ୍ୟକ୍ଷ ତଥା ଵଜ୍ଞାନିକ ନାଗେଶ ବାରିକ ଓ ଇନ୍ସ।ପ।ୟର ଫୋଣ୍ଡେସନ ର ଅଧ୍ୟକ୍ଷ ବିନୋଦ କୁମାର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀ, ମାତୃଶକ୍ତି ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।