ପୁରୀ ଷ୍ଟେସନ ଅଟୋଚାଳକ ସଙ୍ଘ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ
ଶ୍ରୀକ୍ଷେତ୍ର ପୁରୀରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ମା’ ଗଜଲକ୍ଷ୍ମୀ ପୂଜା ମହୋତ୍ସବ। ପୁରୀ ଷ୍ଟେସନ ଅଟୋଚାଳକ ସଂଘ ପକ୍ଷରୁ ଆୟୋଜିତ ଏହି ପୂଜା ମହୋତ୍ସବରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏହି ଅବସରରେ ଆଗାମୀ ଦିନଗୁଡ଼ିକରେ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନେଇ ସୂଚନା ଦିଆଯାଇଛି।
ପୁରୀ ଷ୍ଟେସନ ଅଟୋଚାଳକ ସଂଘ ପକ୍ଷରୁ ମା’ ଗଜଲକ୍ଷ୍ମୀ ପୂଜା ମହୋତ୍ସବ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ଅନୁଷ୍ଠିତ ହେଉଛି। ଏହି ଅବସରରେ ପୁରୀ ଜିଲ୍ଲା ଅଟୋଚାଳକ ମହାସଂଘର କର୍ମକର୍ତ୍ତା ଓ ସଂଘର ବିଭିନ୍ନ ସଦସ୍ୟ ଉପସ୍ଥିତ ରହିଥିଲେ।
ଉପସ୍ଥିତ ଅତିଥି ଓ କର୍ମକର୍ତ୍ତାଙ୍କ ମଧ୍ୟରେ ପୁରୀ ଷ୍ଟେସନ ଅଟୋଚାଳକ ସଂଘର ସଭାପତି ଦୁର୍ଗାଚରଣ ଖୁଣ୍ଟିଆ, ପୁରୀ ଜିଲ୍ଲା ଅଟୋଚାଳକ ମହାସଂଘର ସଭାପତି ଭାସ୍କର ସେଠୀ, ଉପସଭାପତି ଭଗବାନ ପଢ଼ିଆରୀ ଓ ଆର୍. ପୁରୁଷୋତ୍ତମ ରେଡ୍ଡୀ, ସମ୍ପାଦକ ଅକ୍ଷୟ କୁମାର ପ୍ରଧାନ,ଟୁନା ବାରିକ, ସହସମ୍ପାଦକ ଡି. ମୋହନ ରେଡ୍ଡୀ, କୋଷାଧ୍ୟକ୍ଷ ପି. ଲୋକନାଥ ରାଓଙ୍କ ସମେତ ଫୁଲଚନ୍ଦ୍ର ରେଡ୍ଡୀ, ସୀମାଦ୍ରୀ ରେଡ୍ଡୀ ଓ ଅନ୍ୟ କମିଟି ସଦସ୍ୟମାନେ ଯୋଗ ଦେଇଥିଲେ।
ପୂଜା ମହୋତ୍ସବ ଅବସରରେ ଆସନ୍ତା ୨୭ ତାରିଖ ମଙ୍ଗଳବାର ଦିନ ଦୃଷ୍ଟିହୀନଙ୍କ ଦ୍ୱାରା ଭଜନ ସମାରୋହ ଆୟୋଜିତ ହେବ। ସେହିପରି ୨୮ ତାରିଖରେ ସଂଘର ୨୬ତମ ବାର୍ଷିକ ଉତ୍ସବ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ୨୯ ତାରିଖରେ ବାଳଗୋପାଳ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଶେଷରେ ୩୧ ତାରିଖ ଦିନ ମା’ ଗଜଲକ୍ଷ୍ମୀଙ୍କ ପ୍ରତିମା ବିସର୍ଜନ ସହ ପୂଜା ମହୋତ୍ସବର ପରିସମାପ୍ତି ଘଟିବ।
ଧାର୍ମିକ ଭାବନା ସହ ସାମାଜିକ ଓ ସାଂସ୍କୃତିକ ଏକତାର ବାର୍ତ୍ତା ଦେଉଛି ପୁରୀ ଷ୍ଟେସନ ଅଟୋଚାଳକ ସଂଘର ଏହି ଗଜଲକ୍ଷ୍ମୀ ପୂଜା ମହୋତ୍ସବ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
