ଝରିଗାଁ ବିଧାୟକଙ୍କ ମାରାଥନ୍ ଗସ୍ତ ବିଭିନ୍ନ ସାମାଜିକ, ଧାର୍ମିକ ଓ କ୍ରୀଡ଼ା କାର୍ଯ୍ୟକ୍ରମରେ ଯୋଗଦାନ…….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଝରୀଗାଁ ଓ ଉମରକୋଟ ବ୍ଲକର ବିଭିନ୍ନ ଅଞ୍ଚଳରେ ଝରୀଗାଁ ବିଧାୟକ ଶ୍ରୀ ନରସିଂହ ଭତରା ଏକ ମାରାଥନ୍ ଗସ୍ତ କରି ବିଭିନ୍ନ ସାମାଜିକ, ଧାର୍ମିକ ଓ କ୍ରୀଡ଼ା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଗସ୍ତ ଅବସରରେ ସେ ଅଞ୍ଚଳବାସୀଙ୍କ ସହ ମିଶିବା ସହ ବିଭିନ୍ନ ଉତ୍ସବ ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଝରୀଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରା ପଞ୍ଚାୟତର ଗୁଳିବଡନା ଗ୍ରାମରେ ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ରେ ବିଧାୟକ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଖେଳାଳିମାନଙ୍କ ଉତ୍ସାହ ଓ ଦର୍ଶକଙ୍କ ଭରପୂର ଉପସ୍ଥିତି କ୍ରୀଡ଼ା ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା। ସେହିପରି, କାନକୋଟ ପଞ୍ଚାୟତର ପୂର୍ଲା (DNK) ଗ୍ରାମରେ ଆୟୋଜିତ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଯୋଗଦେଇ ଅଧର୍ମ ଉପରେ ଧର୍ମର ବିଜୟର ପବିତ୍ର ବାର୍ତ୍ତାକୁ ସ୍ମରଣ କରିଥିଲେ। ଉମରକୋଟ ବ୍ଲକ ଅନ୍ତର୍ଗତ ସିଙ୍ଗସାରି ପଞ୍ଚାୟତର କୁମ୍ଭାରଗୁଡ଼ା ଗ୍ରାମରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା ଅନ୍ତର୍ଗତ ମାତା ମଣ୍ଡପର ଶୁଭ ଶିଳାନ୍ୟାସ କରିଥିଲେ। ଏହି ପଦକ୍ଷେପ ଗ୍ରାମାଞ୍ଚଳରେ ଧାର୍ମିକ ଓ ସାମାଜିକ ଭିତ୍ତିଭୂମିର ବିକାଶ ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ ହେବ ବୋଲି କହିଥିଲେ ଏହାପରେ ସିଙ୍ଗସାରି ପଞ୍ଚାୟତର ମାଲବେଡ଼ା ଗ୍ରାମରେ ଆୟୋଜିତ ଦଶହରା ବଜାରରେ SDC ଚେୟାରମ୍ୟାନ୍ ଶ୍ରୀମତୀ ବାସନ୍ତୀ ମାଝୀଙ୍କ ସହ ଯୋଗଦେଇ ମାଁ ଠାକୁରାଣୀଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ। ସେହିପରି ଝରୀଗାଁ ବ୍ଲକର ତେନ୍ତୁଳିଗାଁ ପୂଜା ମଣ୍ଡପ ଏବଂ ଉମରକୋଟ ବ୍ଲକର ସାହେବଗୁଡ଼ା ଗ୍ରାମରେ ଆୟୋଜିତ ପବିତ୍ର ମାଁ’ ଗଜଲକ୍ଷ୍ମୀ ପୂଜାରେ ଯୋଗଦେଇ ମାଁ ଙ୍କ ଦିବ୍ୟ ଦର୍ଶନ କରିଥିଲେ। ଏହି ଅବସରରେ ମା’ ଗଜଲକ୍ଷ୍ମୀ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ପ୍ରଦାନ କରନ୍ତୁ ବୋଲି ସେ କାମନା କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଜଗଦୀଶ କଲାର, ଧଡ୍ରା ସରପଞ୍ଚ ମହେଶ୍ୱର ଭତରା, ପଞ୍ଚାନନ ବାବାଲି, ବଡ଼ଭରଣ୍ଡି ମଣ୍ଡଳ ସଭାପତି ଈଶ୍ୱର ଭତରା, ସୁଜନ ଭକ୍ତଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ବିଧାୟକଙ୍କ ଏହି ମାରାଥନ୍ ଗସ୍ତ ମାଧ୍ୟମରେ ଅଞ୍ଚଳର ସାମାଜିକ, ଧାର୍ମିକ ଓ କ୍ରୀଡ଼ା କାର୍ଯ୍ୟକଳାପ ସହ ତାଙ୍କର ସମ୍ପୃକ୍ତି ପ୍ରତିଫଳିତ ହୋଇଥିଲା।
