ଉମରକୋଟ ଅଟୋ ସଂଘର ନୂତନ କର୍ମକର୍ତା ଗଠିତ……..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ଠାରେ ଆଜି ମା ପେଣ୍ଡ୍ରଣୀ ଅଟୋ ସଂଘର ନୂତନ କର୍ମକର୍ତା ଗଠନ ହେଇଯାଇଛି। ନୁଆ ବସଷ୍ଟାଣ୍ଡ ଠାରେ ଥିବା ସଙ୍ଘ ର କାର୍ଯ୍ୟାଳୟ ଠାରେ ଆଜି ବସିଥିବା ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକ ରେ ଅଟୋ ସଙ୍ଗ ସ୍ଥାପନ ହେବ। ଠାରୁ ଦିର୍ଘ 26 ବର୍ଷ ହେଲା ସଭାପତି ଭାବେ ମନୋନୀତ ହେଇ ଆସୁଥିବା ବରିଷ୍ଠ ଆଇନଜୀବି ତଥା ଉମରକୋଟ ଓକିଲ ସଂଘର ସମ୍ପାଦକ ଶାନ୍ତନୁ କୁମାର ବାହିନୀପତିଙ୍କୁ ପୁନର୍ବାର ସଭାପତି ଭାବେ ମନୋନୀତ କରାଯାଇଛି। ଉପ ସଭାପତି ଭାବେ କୃଷ୍ଣ ନାୟକ, ସମ୍ପାଦକ ଭାବେ ଦୀପକ ପଟନାୟକ, ଯୁଗ୍ମ ସମ୍ପାଦକ ଭାବରେ ପିତାମ୍ବର ବାଘ ଓ କୋଷାଧ୍ୟକ୍ଷ ଭାବେ ହେମନ୍ତ ହରିଜନ ମୋନାନିତ ହେଇଛନ୍ତି। କାର୍ଯ୍ୟକାରୀ ସଭ୍ୟ ଭାବେ ସିମ।ଞ୍ଚଳ ବାଘ, ସୁବାସନ ନାଗ, ପିଙ୍କୁ ନାୟକ, ଗୁଡୁ ଭାଇ ଓ ମନ ହିଆଲ ମନୋନୀତ ହେଇଛନ୍ତି। ଆଜିର ବୈଠକ ରେ ସବୁ ଅଟୋ ଚାଳକ ଟ୍ରାଫିକ ନିୟମ ମାନିବେ, ଅଟୋ ର ସମସ୍ତ କାଗଜ ପତ୍ର ଯେମିତି ଠିକ ରହିବ, ବିନା ଲାଇସେନ୍ସ ରେ ଯେମିତି ଅଟୋ ନ ଚଳାଇବେ ଓ ସମସ୍ତ ଅଟୋ ରେ ଜି ପି ଏସ ସିଷ୍ଟମ ଯେମିତି ଲଗାଇବେ ଏହି ସବୁ ଉପରେ ବିସ୍ତୃତ ଆଲୋଚନା ହେଇଥିଲା। ଆଗାମୀ ବୈଠକ ରେ ଅଟୋ ଚାଳକ ମ।ନଙ୍କ
ୟୁନିଫର୍ମ ପିନ୍ଧିବା ନେଇ ଆଲୋଚନ। କରାଯିବ ବୋଲି ସଭାପତି ସ।ନ୍ତୁନୁ କୁମାର ବାହିନୀପତି ସୂଚନା ଦେଇଛନ୍ତି। ଏହି ସଙ୍ଘ ୨ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ।
