April 26, 2026

ତ୍ରୀଦିନାତ୍ମକ ଶ୍ରୀରାମଚରିତମାନସ ମହାଯଜ୍ଞ ପୂର୍ଣ୍ଣାହୁତି ଉଦଯାପିତ..

IMG-20251027-WA0014
Share

 

ବୋଲଗଡ,୨୭/୧୦(ଉପାନ୍ତ ଖବର): ବୋଲଗଡ଼ ବ୍ଳକ ସ୍ଥିତ ରାସୋଳ ଗ୍ରାମରେ ଗ୍ରାମବାସୀଙ୍କ ପକ୍ଷରୁ ମହାବୀର ମନ୍ଦିର ପରିସରରେ ତ୍ରୀଦିନାତ୍ମକ ଶ୍ରୀରାମଚରିତମାନସ ପାରାୟଣ ମହାଯଜ୍ଞର ପୂର୍ଣ୍ଣାହୁତି ଉତ୍ସବ ରବିବାରଦିନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ରାସୋଳ ଗ୍ରାମରେ ଦୀର୍ଘ ୩ଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଚାଲିଥିଲା । ପ୍ରାରମ୍ଭ ଦିବସ ଗୁରୁବାର ଜଳାଧିବାସ ଓ ଘଟସ୍ଥାପନ କରାଯାଇଥିଲା। ପରଦିନ ସୂର୍ଯ୍ୟପୂଜା, ରାମାର୍ଚ୍ଚନା, ହନୁମାନଅର୍ଚ୍ଚନା,ପାରାୟଣ ପାଠ ଓ ରାମକଥା ପ୍ରବଚନ ସମ୍ପାଦିତ ହୋଇଥିଲା । ତୃତୀୟ ଦିବସରେ ରାମକଥା ବାଚକ ପୁରୁଷୋତ୍ତମ ମହାରାଜଜୀ ଓ କୃପାସିନ୍ଧୁ ଜେନାଙ୍କ ଦ୍ୱାରା ହୋଇଥିବା ବେଳେ ଚତୁର୍ଥ ତଥା ଅନ୍ତିମ ଦିବସରେ ରାମକଥା ବାଚକ ଓ ମହାଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା। ଏଥିରେ ପଥ ପ୍ରଦର୍ଶନ କରିଥିଲେ ଗୌତମ ମହାରାଜଜୀ। ବ୍ୟାସ ଭାବେ ଲକ୍ଷ୍ମୀଧର ମହାପାତ୍ର, ଓ ଆଚାର୍ଯ୍ୟ ଭାବେ ଅନିରୁଦ୍ଧ ପଣ୍ଡା ଓ ପ୍ରତାପ ଭାଇନା ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ। ଏହିକାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଗହଣରେ ପୂର୍ଣ୍ଣାହୁତି ପୁର୍ଣାହୁତି ସମାପନ ହୋଇଥିଲା। ସୋମବାର ଦିନ ଭଗବାନ ରାମ,ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ପ୍ରତିମାଙ୍କୁ ଗ୍ରାମବାସୀ ଓ ଗ୍ରାମର ଶ୍ରୀ ଚୈତନ୍ୟଦେବ ସଂକୀର୍ତ୍ତନମଣ୍ଡଳୀର ସଭ୍ୟମାନେ ମିଳିତ ଭାବେ ପଟୁଆରରେ ଗ୍ରାମ ପରିକ୍ରମା କରିଥିଲେ। ନାମ କୀର୍ତ୍ତନ କରି, ହରିବୋଲ ହୁଳହୁଳି, ଶଙ୍ଖନାଦ ଓ ଆତସବାଜି ଶବ୍ଦ ସହ ଭକ୍ତିମୟ ପରିବେଶରେ ଗ୍ରାମ ପରିକ୍ରମା କରି ଠାକୁରଙ୍କୁ ଓ ଭକ୍ତ ମାନେ କଳସକୁ ଗ୍ରାମ ପୁଷ୍କରିଣୀରେ ବିସର୍ଜନ କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।