March 11, 2026

29 ତମ ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା ଉତ୍ସବ, ନ୍ୟୁ କଲୋନୀ, ରାୟଗଡ଼ର ଶୁଭଖୁଣ୍ଟି ସ୍ଥପାନ l

IMG-20240927-WA0060
Share

 

ରାୟଗଡା : ଆଜି ରାୟଗଡ଼ାର ନ୍ୟୁ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା କମିଟିର 29 ବର୍ଷର ପୂଜା ଆୟୋଜନ ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ ନ୍ୟୁ କଲୋନୀ ସ୍ଥିତ ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି I ଏହି ପୂଜାରେ ସୁରେଶ ଚନ୍ଦ୍ର ସାମନ୍ତରାୟ(ଲୁଲୁ) କର୍ତ୍ତା ରୂପେ ପୂଜା କାର୍ଯ୍ୟ କରିଥିଲେ ଓ ପୂଜାରୀ ପ୍ରବୀର ମହାରାଜ ପୂଜାର୍ଚନା କରିଥିଲେ I ପୂର୍ବରୁ ତା 15/09/2024 ରିଖ ରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା I ଏଥିରେ ଆସନ୍ତା ମାସ ତା 16/10/2024 ରିଖ ଠାରୁ ତା 27/10/2024 ରିଖ ପର୍ଯ୍ୟନ୍ତ 12 ଦିନ ଧରି ମାଁଙ୍କର ସମସ୍ତ ପୂଜା ସହ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନାବଜାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ଆଡମ୍ବରର ସହ ପୂଜା ଓ ଉତ୍ସବ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି I ଏହି ପୂଜା କୁ ସୂଚାରୁ ରୂପେ ପରିଚାଳନା କରିବା ନିମନ୍ତେ ପୂଜା କମିଟି ରାୟଗଡ଼ ଜିଲ୍ଲା ପ୍ରଶାସନ, ପୋଲିସ, ପୌରସଂସ୍ଥା, ମିଡିଆ ବନ୍ଧୁ ଓ ସମସ୍ତ ରାୟଗଡ଼ ବାସୀଙ୍କ ସହୋଯାଗ କାମନା କରିଛନ୍ତି I ଏହି ଶୁଭ କାର୍ଯ୍ୟକ୍ରମ ରେ ସଭାପତି ସନ୍ତୋଷ କୁମାର ପାତ୍ର, ସମ୍ପାଦକ ଏନ୍. ତ୍ରିନାଥ ରାଓ, ଉପଦେଷ୍ଟା ସବ୍ୟସାଚୀ ସାହୁ, ମଦନ ପାଢି, ସାଙ୍ଗଠନିକ ସମ୍ପାଦକ ସନ୍ତୋଷ କୁମାର ବ୍ରହ୍ମା, କୋଷାଧକ୍ଷ ଦିଲୀପ, ତଥା ଅନ୍ୟାନ୍ୟ ସଦସ୍ୟ ମନୋଜ ସାହୁ, ଲକ୍ଷ୍ମୀ କାନ୍ତ ଦାଶ, ବାଲାଜୀ ପାଢୀ, କିଶୋର ସାହୁ, କିଶନ ଅଗରୱାଲ ପ୍ରମୁଖ ସହ ଅନେକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ I

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed