April 29, 2026

ଗଞ୍ଜାମ ସହର ପୋତାଗଡ ରେ ସ୍ଵଛତା ହିଁ ସେବା କାର୍ଯ୍ୟକ୍ରମ P

IMG-20240927-WA0000
Share

 

ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ତରଫରୁ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l. ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ରେ ଗଞ୍ଜାମ ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀଙ୍କ ନେତୃତ୍ୱରେ

ଅନୁଷ୍ଠିତ ଏହି ସ୍ଵଛତା ଅଭିଯାନ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ,ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଗଞ୍ଜାମ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ସାମିଲ ହୋଇଥିଲେ l ଗଞ୍ଜାମ ଏନ.ଏ.ସି କାଉନସିଲର ମାନଙ୍କ ସହ କର୍ମଚାରୀ ମାନେ ସହଯୋଗ କରିଥିଲେ l

ବରିଷ୍ଠନଗରିକ ସଙ୍ଘ ଉପଦେଷ୍ଟା ଇଂ. ବିନୋଦ ଚନ୍ଦ୍ର ପାଢ଼ୀ, ପୂର୍ବତନ ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକ, ପୂର୍ବତନ ବ୍ଲକ ଅଧକ୍ଷା ଗୀତାଞ୍ଜଳି ବେହେରା, ପୂର୍ବତନ ଜ଼ିଲ୍ଲାପରିଷଦ ସଭ୍ୟ କୀର୍ତ୍ତନ ଦାସ, ପୂର୍ବତନ କାଉନସିଲର ରଞ୍ଜନ ବେହେରା, ପୂର୍ବତନ କାଉନସିଲର ଓ ସ୍ୱେଚ୍ଛାସେବୀ ଡି.କେ.ରାଓ, ନଗର ବିଜେପି ସଭାପତି କାନ୍ତାରି ଦଳେଇ, ଗିରିଜା ଶଙ୍କର ମହାପାତ୍ର ,ଏହି ଅବସରରେ ବ୍ରହ୍ମପୁର ସାଂସଦ ପାଣିଗ୍ରାହୀ, ବିଧାୟକ ନାୟକଙ୍କୁ ବରିଷ୍ଠ ନଗରୀଙ୍କ ତରଫରୁ ଗଞ୍ଜାମ ଷ୍ଟେସନରେ

ପୂର୍ବରୁ ରହୁଥିବା ପୁରୀ -ତିରୁପତି ଏକ୍ସପ୍ରେସ ପୁଣି ରହଣି ପାଇଁ ଦାବିପତ୍ର ଦେଇଥିଲେ ସ୍ୱେଚ୍ଛାସେବୀ ଦୁର୍ଗାମାଧବ ପାଣିଗ୍ରାହୀ ଗଞ୍ଜାମରେ ସନ୍ଦେହାସ୍ପଦ ରୋହିଙ୍ଗା ବାଂଲାଦେଶୀ ଚିହ୍ନଟକରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିପତ୍ର ପ୍ରଦାନ କରିଥିଲେ l ଏହି ପରିପ୍ରେକ୍ଷୀରେ

ସ୍ଵଛତା ଉପରେ ଶପଥପାଠ, ପୋତାଗଡ଼ ପରିସରରେ ସଫେଇ କରାଯାଇଥିଲା l( ପ୍ରଦୀପ କୁମାର ପଣ୍ଡା )