ମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କ ସାରଳା ମନ୍ଦିର ପରିଦର୍ଶନ
ତିର୍ତୋଲ ରୁ ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ରାଜ୍ୟ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଗତ ଗଣେଷ ପୂଜା ଦିନ ସଂଧ୍ୟାରେ ମା ସାରଳା ଙ୍କ ସନ୍ଧ୍ୟାଆରତୀ ଚାଲିଥିବା ସମୟରେ ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ନିମନ୍ତେ, ଝଙ୍କଡ଼ ସାରଳା ପୀଠ ରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳର ବହୁ ଦଳୀୟସମର୍ଥକ ଓ ନେତୃବୃନ୍ଦ ସିଂହଦ୍ୱାର ସମ୍ମୁଖରେ ତାଙ୍କୁ ସ୍ଵାଗତ କରି , ମନ୍ଦିରବେଢ଼ା ଭିତରକୁ ତାଙ୍କୁ ପାଛୋଟି ନେଇଥିଲେ । ଦର୍ଶନ,ପୂଜାର୍ଚ୍ଚନା ଓ ବେଢା ପରିକ୍ରମା କରିବା ପରେ ସେ ସାରଳାମନ୍ଦିର ନବୀକରଣ କାର୍ଯ୍ୟ ସମ୍ପକରେ ସେବାୟତ ଓ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି ମାନଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ମନ୍ତ୍ରୀ ଙ୍କ ସହିତ ବିଜେପି ନେତା ଅଶୋକ କୁମାର ମହାନ୍ତି, ସାରଳା ମଣ୍ଡଳର ପୂର୍ବତନ ସଭାପତି ରୂପକ ଖୁଣ୍ଟିଆ , ଯୁବମୋର୍ଚ୍ଚା ସମ୍ପାଦକ ଅଗ୍ନିକାନ୍ତ ସାହୁ, ଆନନ୍ଦମହାନ୍ତି , ପ୍ରକାଶ ଚନ୍ଦ୍ର ସିଂହ, ରୋଜାଲିନୀ ନାୟକ , ପ୍ରମୋଦ କୁମାର ସ୍ବାଇଁ, ଓ ପବିତ୍ର ନାୟକ ପ୍ରମୁଖ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।
