ଅଜଣା ଜନ୍ତୁ ଆତଙ୍କ, ୭ ମେଣ୍ଢା ମୃତ,୩ ଆହତ ,୪ ନିଖୋଜ 

IMG-20250827-WA0058
Share

 

 

ବୁଗୁଡ଼ା : ତା ୨୭/୦୮/୨୫ : ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ

ଭାମଶ୍ୟାଳି ଗ୍ରାମ ନିକଟରେ ଅଜଣା ଜନ୍ତୁ ଆକ୍ରମଣରେ ୭ଟି ମେଣ୍ଢାର ମୃତ୍ୟୁ ଘଟିଥିବା ବେଳେ ୩ଟି ଆହତ ଓ ୪ଟି ନିଖୋଜ ଥିବା ଜଣାଯାଇଛି l ମୃତ ମେଣ୍ଢା ମଧ୍ୟରେ ଭାମଶ୍ୟାଳି ଗ୍ରାମର ପ୍ରଦୀପ ଗୌଡ଼ଙ୍କ ୪ଟି, ଗଣେଶ ସେଠୀଙ୍କ ୨ଟି ଏବଂ ରତ୍ନାକର ନାୟକଙ୍କ ୧ଟି ହୋଇଥିବା ବେଳେ ପ୍ରଦୀପଙ୍କ ୪ଟି ମେଣ୍ଢା ନିଖୋଜ ଥିବା ସେ ଅଭିଯୋଗ କରିଛନ୍ତି l ସୂଚନା ଅନୁସାରେ ଭାମଶ୍ୟାଳି ଗ୍ରାମର ସୁଦର୍ଶନ ଗୌଡ଼ ଓ ସନ୍ୟାସୀ ଗୌଡ଼ ରତନେଇ ଠାକୁରାଣୀ ମନ୍ଦିର ରାସ୍ତାର କେନାଲ ଛକ ପୋଖରୀ ନିକଟରେ ଗାଈ ଓ ଛେଳି ଗୋଠ ପକାଇ ସବୁଦିନ ଭଳି ରାତ୍ରିରେ ଜଗି ରହୁଥିଲେ l ତେବେ ଗତକାଲି ରାତିରେ କୌଣସି ଅଜଣା ଜନ୍ତୁ ଆକ୍ରମଣରେ ୭ଟି ମେଣ୍ଢାର ମୃତ୍ୟୁ ଘଟିଥିବା ବେଳେ ୩ଟି ମେଣ୍ଢା ଖଣ୍ଡିଆ ଖାବରା ହୋଇଛନ୍ତି ଏବଂ ୪ଟି ମେଣ୍ଢା ନିଖୋଜ ଥିବା ଅଭିଯୋଗ ହୋଇଛି l ପ୍ରଦୀପ ଓ ଗ୍ରାମବାସୀ ସକାଳ ସମୟରେ ଯାଇ ଖୋଜା ଖୋଜି କରିଥିଲେ ହେଁ ନିଖୋଜ ମେଣ୍ଢାଙ୍କର କୌଣସି ପତ୍ତା ମିଳି ନଥିବା କହିଛନ୍ତି l ଏ ନେଇ ଖବର ପାଇ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ବନପାଳ କ୍ଷୀରୋଦ ଗୌଡ଼, ବନରକ୍ଷୀ ଯଶସ୍ୱିନୀ ସାହୁ ପ୍ରମୁଖ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ ଜାରି ରଖିଛନ୍ତି l ପାଦ ଚିହ୍ନ ସ୍ପଷ୍ଟ ଜଣା ପଡ଼ୁ ନଥିବା ବନ ବିଭାଗ କହିଛି l ସୁଦର୍ଶନ ଓ ସନ୍ୟାସୀ କଲରାପତିରି ବାଘ ଦେଖିଥିବା କହୁଥିବା ବେଳେ ବନ ବିଭାଗ ଏହା ହେଟା ହୋଇଥାଇପାରେ ବୋଲି ଅନୁମାନ କରିଛନ୍ତି l ମୃତ ମେଣ୍ଢା ଗୁଡିକୁ ବ୍ୟବଛେଦ କରାଯାଇ ରିପୋର୍ଟ ଆସିବା ପରେ ମେଣ୍ଢା ମାଲିକମାନଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି ବନାଞ୍ଚଳ ଅଧିକାରୀଙ୍କଠାରୁ ପ୍ରକାଶ ପାଇଛି।