କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ବିଭିନ୍ନ ସାମାଜିକ ଭିତ୍ତିଭୂମି ପ୍ରକଳ୍ପର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତର ଜୋରାଗାଡ଼ିଆ ଠାରେ ଟାଟା ଷ୍ଟିଲ୍ ଫାଉଣ୍ଦେସନର ସାମାଜିକ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଶୁଭ ଉଦ୍ଘାଟନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ପ୍ରକଳ୍ପଗୁଡ଼ିକର ଉଦଘାଟନ କରିଥିଲେ। ଇଟାପଠାରୁ ନୂଆହତା ପର୍ଯ୍ୟନ୍ତ ଏନଏଚ-୫୫ରେ ୩.୫ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥାର ଶିଳାନ୍ୟାସ କରାଯାଇଛି। ହାତୀ ପ୍ରବଣ ଅଂଚଳ ସନ୍ତ୍ରୀ ଛକରୁ ମହୀଧରପୁର ପର୍ଯ୍ୟନ୍ତ ୨୦ କିଲୋମିଟର ବ୍ୟାପୀ ସୌର ଶକ୍ତି ଚାଳିତ ସଡ଼କ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଲୋକେ ଉପକୃତ ହେବେ ଏବଂ ଅଙ୍ଗାରକାମ୍ଳ ନିର୍ଗମନ ବାର୍ଷିକ ୩୫ ନିୟୁତ ଟନ୍ କମିଯିବ। ଅନୁଗୁଳର ବଅଁରପାଳ ବ୍ଲକ୍ରେ ୧.୨୮ କୋଟି ଟଙ୍କା ବ୍ୟୟରେ ଡ୍ରେନ୍ ବ୍ୟବସ୍ଥା ସହିତ ୧ କିଲୋମିଟରର କଙ୍କ୍ରିଟ୍ ସଡ଼କ, ଡିହସାହିରେ ଏକ ଗୋଷ୍ଠୀ କେନ୍ଦ୍ର ଏବଂ ନୂଆହତା ଗ୍ରାମପଞ୍ଚାୟତରେ ୨ଟି ହାଇମାଷ୍ଟ ଲାଇଟ୍ ଏବଂ ୮୨ଟି ଷ୍ଟ୍ରିଟଲାଇଟ ଲଗାଯାଇଛି। ଢେଙ୍କାନାଳ ଜିଲ୍ଲାରେ ୧ କୋଟି ଟଙ୍କା ବ୍ୟୟରେ ହିନ୍ଦୋଳରେ ଏକ ସୂଚନା କେନ୍ଦ୍ର, ନରେନ୍ଦ୍ରପୁରରେ ଏକ ନୂଆ ବିଦ୍ୟାଳୟ କୋଠା ଏବଂ ହିନ୍ଦୋଳ ଓ ଓଡ଼ାପଡ଼ା ବ୍ଲକ୍ରେ ୮ଟି ହାଇମାଷ୍ଟ ଲାଇଟ ଓ ୧୬୦ଟି ଷ୍ଟ୍ରିଟଲାଇଟ ସ୍ଥାପନ କରାଯାଇଛି।
ଗୋଷ୍ଠୀ ଭିତ୍ତିଭୂମି କାର୍ଯକ୍ରମର ଶୁଭାରମ୍ଭ ପୂର୍ବରୁ ମାନ୍ୟବର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ଟାଟା ଷ୍ଟିଲ ମେରାମଣ୍ଡଳୀର ଜୈବ ବିବିଧତା ପାର୍କ ପରିଦର୍ଶନ କରିଥିଲେ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ‘ମା’ ପାଇଁ ଗଛଟିଏ’ ଅଭିଯାନ ଅଧୀନରେ ସେ ପାର୍କ ଓ ପାରିପାଶ୍ୱିର୍କ ଅଂଚଳରେ ୫୦୦୦ ବୃକ୍ଷରୋପଣ କାର୍ଯକ୍ରମର ଶୁଭାରମ୍ଭ କରିଥିଲେ ।
