April 29, 2026

ଛତ୍ରପୁର ଗ୍ରସ୍ତ 5ଟି ସଚିବଙ୍କୁ ଭେଟିବେ ଗଞ୍ଜାମ ଯୁବ ବିଜେଡି ପ୍ରତିନିଧି ଦଳ-

IMG-20230827-WA0000
Share

ଛତ୍ରପୁର ଗ୍ରସ୍ତ 5ଟି ସଚିବଙ୍କୁ ଭେଟିବେ ଗଞ୍ଜାମ ଯୁବ ବିଜେଡି ପ୍ରତିନିଧି ଦଳ-

**************************

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ସହର କୁ ମନ୍ଦିର ମାଳିନୀ ସହର ରେ ବୋଲି କୁହାଯାଏ l
ଗଞ୍ଜାମ ସହରର ମଧ୍ୟରେ ଥିବା ବିଭିନ୍ନ ମନ୍ଦିର ଗୁଡିକ ଦୀର୍ଘ ବର୍ଷ ଧରି ଭଗ୍ନ ଅବସ୍ଥାରେ ରହିଅଛି l ମରାମତି ନ ହୋଇ ଅବହେଳିତ ହୋଇ ପଡ଼ିରହିଛି l ବିଶେଷ କରି ବଡ଼ ବଜାର ଠାରେ ଥିବା ଜଗନ୍ନାଥ ମନ୍ଦିର ଭଗ୍ନ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି l ସହ ସହ ବର୍ଷ ର ପୁରୁଣା ଜଗନ୍ନାଥ ମନ୍ଦିର, ଧାର୍ମଶାଳା ଜଗନ୍ନାଥ ମନ୍ଦିର, ମା ତୁଳସୀ କୁଦା ଠାକୁରାଣୀ ମନ୍ଦିର ଆସନ୍ତା କଲି 5T ସଚିବ ଆସୁଥିବା ବେଳେ ଏନେଇ ଗଞ୍ଜାମ ଏନଏସୀ ଯୁବ ବିଜେଡିର ଏକ ପ୍ରତିନିଧି ଦଳ ତଥା ଯୁବ ସଭାପତି ସୁଧୀର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ ଏବଂ ସମସ୍ତ କାଉନିସଲର ଭେଟି ମନ୍ଦିର ପୁନଃ ଉଦ୍ଧାର ସହ ଉର୍ନ୍ନତିକରଣ ପାଇଁ ଲିଖିତ ଦାବୀ ପତ୍ର ପ୍ରଦାନ କରିବେ ବୋଲି ଜଣା ପଡିଛି l ପୂର୍ବରୁ ଏନେଇ ଲିଖତ ଭାବେ ମାନ୍ୟବର ବିଧାୟକ ସୁବାସ ବେହେରାଙ୍କ ମାଧ୍ୟମରେ 5Tସଚିବଙ୍କୁ ଦାବିପତ୍ର ଦେବା ପାଇଁ ସ୍ଥିର ହୋଇଛି | ସହର ମଧ୍ୟରେ ଥିବା ବଡ଼ ବଜ଼ାର ଜଗନ୍ନାଥ ମନ୍ଦିର, ନୃସିଂହ ମନ୍ଦିର, ବାଳଜୀ ମନ୍ଦିର, ପୁଇଁତୋଳା ଗୋପୀନାଥ ମନ୍ଦିର, ଠାକୁରାଣୀ ମନ୍ଦିର, ଭାଗବତୀ ଟୁଙ୍ଗି ଦାମଦୋରପୁର, ସତଭଉଣୀ ମନ୍ଦିର, ନୁଆଁ ସାହି ଗୋପୀନାଥ ମନ୍ଦିର, ଦୁର୍ଗାଦେବୀ ସାହି ସ୍ଥିତି ଦୁର୍ଗାଦେବୀ ମନ୍ଦିର ଦୁର୍ଗାଦେବୀ ସାହି ସ୍ଥିତି ଗୋବିନ୍ଦ ମନ୍ଦିର ଗୁଡିକର ଉର୍ନତିକରଣ ହେବା ସହ ସହରରେ ଏକ ଧାର୍ମିକ ପରିବେଶ ସୃଷ୍ଟି ହେବାରେ ଏହା ସହଯୋଗ ହେବ l ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କଲେ ଗଞ୍ଜାମ ସହର ବାସୀ ଉପକୃତ ହେବେ ବୋଲି ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି l