May 28, 2026

ଉମରକୋଟ ପିଏଚଡି କାମରେ ଖୋଳା ରାସ୍ତା, ହଇରାଣ ଉମରକୋଟବାସୀ…..

IMG-20260527-WA0003
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲା ଉମରକୋଟ ସହରର ମୁଖ୍ୟ ରାସ୍ତାରେ ପିଏଚଡି ପକ୍ଷରୁ ପାଣି ପାଇପ୍‌ ଲାଇନ୍‌ ବିଛାଇବା ପାଇଁ ରାସ୍ତା ଖୋଳାଯାଇଥିଲା। ପଞ୍ଚାୟତ ଅଫିସ ଓ କିଛି ଅଫିସ କର୍ମଚାରୀଙ୍କ ଘରକୁ ପାଣି ସଂଯୋଗ ଯୋଗାଇଦିଆଯାଇଥିବାବେଳେ, କାମ ଶେଷ ପରେ ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ଖୋଳାଯାଇଥିବା ରାସ୍ତାକୁ ସଠିକ୍‌ ଭାବେ ମରାମତି ନକରାଯାଇଥିବାରୁ ରାସ୍ତା ଉପରେ ବଡ଼ ବଡ଼ ଖାଲ ଓ ଅସମତଳ ହମ୍ପସ ସୃଷ୍ଟି ହୋଇଛି। ଫଳରେ ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକମାନେ ଭାରି ଅସୁବିଧାରେ ପଡ଼ୁଛନ୍ତି। ବିଶେଷ କରି ଦୁଇଚକିଆ ଯାନ ଚାଳକମାନେ ବିପଦ ସଙ୍କୁଳ ଭାବେ ଯାତାୟାତ କରୁଥିବା ଦେଖାଯାଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ରାସ୍ତାର ଗୋଟିଏ ପଟେ ଗଭୀର ଖାଲ ଓ ଅନ୍ୟ ପଟେ ଅସଡ଼ା ହମ୍ପସ ଥିବାରୁ ଯାନବାହନ ଚଳାଚଳ ବହୁତ କଷ୍ଟକର ହୋଇପଡ଼ିଛି। ରାତି ସମୟରେ ଏଠାରେ ଦୁର୍ଘଟଣା ଘଟିବାର ଆଶଙ୍କା ମଧ୍ୟ ବଢ଼ିଯାଇଛି। ସାଧାରଣ ଲୋକଙ୍କ ଦାବି, ପିଏଚଡି ଓ ସମ୍ବନ୍ଧିତ ବିଭାଗ ତୁରନ୍ତ ରାସ୍ତାର ସଠିକ୍‌ ମରାମତି କରି ଲୋକଙ୍କ ଯାତାୟାତ ସମସ୍ୟାର ସମାଧାନ କରନ୍ତୁ।