May 20, 2024

ଉମରକୋଟ ଅଂଚଳ ରେ ଅଞ୍ଚଳବାସୀଙ୍କ ଦୁଃଖ ଦୁଇଗୁନିତ କରୁଛି “ପ୍ରଚଣ୍ଡ ରୌଦ୍ରତାପ ସହ ଅଘୋଷିତ ବିଦ୍ୟୁତ୍ କାଟ” ….

Share

 

ଉମରକୋଟ:୨୭/୪/୨୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ରାଜ୍ୟ ର ଅନେକ ଜିଲ୍ଲା ର ତାପମାତ୍ରା ୪୪ ଡିଗ୍ରୀ ଅଧିକ ରହିଥିବା ରେକର୍ଡ କରାଯାଇଅଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରଖି ପ୍ରଶାସନ ପକ୍ଷରୁ ମଧ୍ୟ ଅନେକ ନିର୍ଦ୍ଦେଶନାମା ଜାରି କରାଯାଇଛି। ନବରଙ୍ଗପୁର ଜିଲ୍ଲାର ତାପମାତ୍ରା ମଧ୍ଯ ୪୦ ଡିଗ୍ରୀ ଉପରେ ରହୁଚି l ସାଧାରଣ ଲୋକେ ତ୍ରାହି ତ୍ରାହି ହେଉଛନ୍ତି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗ କୁ ଗୁଳୁ ଗୁଳି ସାଧାରଣ ଧନ ଜୀବନ ଅସ୍ତବ୍ୟସ୍ତ କରଦେଉଛି। ଏପରି ପରିସ୍ଥିତିରେ ଅଘୋଷିତ ବିଦ୍ୟୁତ କାଟ ଅଞ୍ଚଳବାସିଙ୍କୁ ଦୁଃଖ ଦ୍ଵିଗୁଣିତ କରିଦେଉଛି । ଗୁଳୁଗୁଳି ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଘରେ ପଙ୍ଖା,କୁଲର, ଏସି ଆଦି ଯାନ୍ତ୍ରିକ ବସ୍ତୁ ର ବ୍ୟବସ୍ଥା କରି ରଖିଛନ୍ତି, ହେଲେ ଅଘୋଷିତ ବିଦ୍ୟୁତ୍ କାଟ ହେଉଥିବା ଯୋଗୁଁ ଏସବୁ ଯାନ୍ତ୍ରିକ ବସ୍ତୁ ଆମର କୌଣସି କାର୍ଯ୍ୟକୁ ଆସୁ ନାହିଁ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ବାରମ୍ଵାର ଓ ଘଣ୍ଟା ଘଣ୍ଟାଧରି ବିଦ୍ୟୁତ୍ କାଟ ହେଉଥିବାରୁ ଲୋକେ ନାହିଁ ନ ଥିବା କଷ୍ଟ ଭୋଗୁଥିବା କହିଛନ୍ତି। ପ୍ରଶାସନ ବିଷୟକୁ ଗୁରୁତରୁ ସହିତ ନେଇ ତାର ସ୍ଥାୟୀ ସମାଧାନ କଲେ ଅଞ୍ଚଳ ବାସୀ ଉପକୃତ ହୁଅନ୍ତେ ବୋଲି ବୃଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।(ଏମ୍ ଦିନା°ଶୁ ଆଚାରୀ)