May 20, 2024

ସ୍ଵତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ଓ ସ୍ଵତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ……….

Share

ନବରଙ୍ଗପୁର: ଚଳିତ ସାଧାରଣ ନିର୍ବାଚନ କୁ ଅବାଧ, ନିରପେକ୍ଷ,ସ୍ଵଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିବା ପାଇଁ ନବରଙ୍ଗପୁର ଜିଲ୍ଲାର ଲୋକସଭା ନିର୍ବାଚନ ମଣ୍ଡଳୀ, ୭୩ ଉମରକୋଟ, ୭୪ ଝରିଗାଁ, ୭୫ନବରଙ୍ଗପୁର ଓ ୭୬ ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀ ର ନିର୍ବାଚନ ପରିଚାଳନା ର ତଦାରଖ କରିବା ପାଇଁ ସ୍ଵତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଯୋଗେନ୍ଦ୍ର ତ୍ରିପାଠୀ, ଭା ପ୍ର ସେ,(ଅବସର ପ୍ରାପ୍ତ) ସ୍ଵତନ୍ତ୍ର ପୋଲିସ ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ରଜନୀ କାନ୍ତ ମିଶ୍ର, ଭା. ପୋ.ସେ(ଅବସରେ ପ୍ରାପ୍ତ) ହିମାଲିନି କଶ୍ୟପ, ଆଇ. ଆର୍. ଏସ୍,(ଅବସର ପ୍ରାପ୍ତ) ସ୍ଵତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନବରଙ୍ଗପୁର ଗସ୍ତରେ ଆସି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସ୍ତାନୀୟ ଜିଲ୍ଲାପରିଷଦ ସଭା ଗୃହରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନା ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲା ପ୍ରଶାସନ ତରଫରୁ ସାଧାରଣ ନିର୍ବାଚନ ସମ୍ୱନ୍ଧୀୟ ଆବଶ୍ୟକ ସମସ୍ତ ବ୍ୟବସ୍ଥା ,ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଥିଲେ। ଜିଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡଃ ମିଶ୍ର ଜିଲ୍ଲା ପ୍ରଶାସନ ତରଫରୁ ନିର୍ବାଚନ ସମ୍ୱନ୍ଧୀୟ ସମସ୍ତ ଆବଶ୍ୟକ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ସ୍ଵତନ୍ତ୍ର ପର୍ଯ୍ୟବେକ୍ଷକ ଙ୍କୁ ଅବଗତ କରାଇଥିଲେ। ଆସନ୍ତା ମେ ୧୩ ତାରିଖ ରେ ନବରଙ୍ଗପୁର ଜିଲ୍ଲା ରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ପ୍ରକ୍ରିୟା ଅବାଧ, ନିରପେକ୍ଷ,ସ୍ଵଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବେ ସୁପରିଚାଳନା କରିବା ପାଇଁ ଏଥି ସମ୍ପୃକ୍ତ ସମସ୍ତ ଅଧିକାରୀ,କର୍ମଚାରୀ ଙ୍କୁ ସ୍ଵତନ୍ତ୍ର ପର୍ଯ୍ୟବେକ୍ଷକ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ପଲ୍ଲଭ ଗୋପାଳ ଝା, ନବରଙ୍ଗପୁର ଲୋକସଭା ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅର୍ଣ୍ଣବ ମୁଖାର୍ଜୀ, ଜିଲ୍ଲା ର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀ ର ଖର୍ଚ ପର୍ଯ୍ୟବେକ୍ଷକ ଟି ପି. ସଲିମ କୁମାର, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର,ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ଅତିରିକ୍ତ ଜିଲାପାଳ (ସାଧାରଣ) ମହେଶ୍ବର ନାୟକ, ଅତିରିକ୍ତ ଜିଲ୍ଲାପାଳ( ରାଜସ୍ଵ) ନବୀନ ଚନ୍ଦ୍ର ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚିନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଙ୍କ ସମେତ ସମସ୍ତ ଜିଲ୍ଲା ନୋଡାଲ ଅଫିସର,ବିଭିନ୍ନ ଟିମ୍ ର ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ।(ଏମ୍ ଦିନା°ଶୁ ଆଚାରୀ)