April 30, 2026

ଜିଲାସ୍ତରୀୟ ମିଡିଆ ସାର୍ଟିଫିକେସନ୍ ଆଣ୍ଡ ମନିଟରିଂ କମିଟି ବୈଠକ…

bhnui
Share

 

 

ଗଜପତି –ସାଧାରଣ ନିର୍ବାଚନ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ମିଡ଼ିଆ ସାର୍ଟିଫିକେଶନ୍ ଏବଂ ମନିଟରିଂ କମିଟି ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ବୈଠକରେ ରାଜନୈତିକ ବିଜ୍ଞାପନର ପେଡ୍‌ ନ୍ୟୁଜ୍ ତଦାରଖ ଓ ଆଇନ୍ ଉଲଂଘନ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏହି ସେଲ ଜରିଆରେ ପଞ୍ଜୀକୃତ ରାଜନୈତିକ ଦଳ, ଗୋଷ୍ଠୀ, ସଂଗଠନ, ପ୍ରାର୍ଥୀ, ବ୍ୟକ୍ତି ବିଶେଷଙ୍କ ଦ୍ବାରା ବୈଦ୍ୟୁତିକ, ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ପ୍ରସାରଣ କରିବା ପୂର୍ବରୁ ପ୍ରମାଣପତ୍ର ପାଇଁ ନିର୍ଦ୍ଧାରିତ ଫର୍ମରେ ଏମ୍‌ସିଏମ୍‌ସି କମିଟିକୁ ଆବେଦନ କରି ପ୍ରମାଣ ପତ୍ର ସଂଗ୍ରହ କରିବେ। ପଞ୍ଜୀକୃତ ଦଳ କିମ୍ବା ପ୍ରାର୍ଥୀ ବିଜ୍ଞାପନ ପ୍ରସାରଣ ପାଇଁ ନିର୍ଦ୍ଧାରିତ ୩ ଦିନରୁ ଅଧିକ ଏବଂ ଅଣପଞ୍ଜୀକୃତ ମାନଙ୍କ ପାଇଁ ୭ ଦିନରୁ ଅଧ‌ିକ ସମୟ ପୂର୍ବରୁ ଆବେଦନ କରିବା ଆବଶ୍ୟକ ରହିଛି । ବିଜ୍ଞାପନର ପ୍ରାକ୍ ପ୍ରମାଣ ପତ୍ର ନଖଳ ବେନର ,ଫାମ୍ପ୍ଲେଟ ଓ ପୋଷ୍ଟରରେ ଇତ୍ୟାଦି ଛପା ଓ ପ୍ରକାଶନର ପ୍ରିଣ୍ଟର ଓ ପ୍ରକାଶକ ନାମ ଠିକଣା ଓ ଫୋନ ନମ୍ବର ରଖିବା ବଧ୍ୟାତ ମୂଳକ ରହିଅଛି ବୋଳି ଜିଲ୍ଲାପାଳ ସମସ୍ତ ରାଜନୈତିକ ପ୍ରତିନିଧି ଗଣଙ୍କୁ
ବୈଠକରେ ଅବଗତ କରେଇଥିଲେ।
ଆଜିର ଏହି ବୈଠକରେ ଅତିରିକ୍ତ ଜିଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁନାନିଧି ନାୟକ, ଛେଳିଗଡ଼ ଜଳ ସେଚନ ପ୍ରକଳ୍ପ ଅଧିକାରୀ ଶ୍ରୀ ରବୀନ୍ଦ୍ର କହଁର, ଡେପୁଟି କଲେକ୍ଟର ତଥା ଏମସିଏମସି ନୋଡାଲ ଅଧିକାରୀ ଶ୍ରୀମତୀ ସୁଚିସ୍ମିତା ମାଝୀ,ନିର୍ବାଚନ ଶାଖା ଶ୍ରୀ କମଳ କାନ୍ତ ପଣ୍ଡା, ବରିଷ୍ଠ ସାମ୍ବାଦିକ ଶ୍ରୀ ବିଧାନ ଚୌଧୁରୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ ଗିରୁମାଇ , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସମେତ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ତଥା ଭାରତୀୟ ଜନତା ପାର୍ଟିରୁ ଏମ ପୃଥ୍ଵୀବ ରାଜ,ଭାରତୀୟ ଜାତୀୟ କଂଗ୍ରେସରୁ ଇଶ୍ଵର ଚନ୍ଦ୍ର ମାଝୀ ଓ ଆଶିଷ ପାଉଲ ଓ ଆମ୍ ଆଦମୀ ପାର୍ଟିରୁ ଲୋଗେଶ ଦାସ ବରଧାନ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ।

You may have missed