March 8, 2026

ଲଜିଷ୍ଟିକ୍ସ୍‌ରେ ପୂର୍ବ ସଂସ୍ଥାର ଦବଙ୍ଗଗିରି ଅଭିଯୋଗ, ସ୍ଥାନୀୟ ଟ୍ରକ୍ ମାଲିକଙ୍କ ଆକ୍ରୋଶ 

IMG-20260227-WA0014
Share

 

ଗଞ୍ଜାମ ସହରରେ ଅବସ୍ଥିତ ଗ୍ରାସୀମ ଇଣ୍ଡ୍ରଷ୍ଟ୍ରି ର ପରିବହନ କୁ ନେଇ ପୁନର୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏକ ପରିବହନ ସଂସ୍ଥା ଦୀର୍ଘ ୬ ବର୍ଷ ଧରି କମ୍ପାନୀ ସହ ଜଡିତ ରହି କାମ କରୁଥିଲା , ତାଙ୍କ ବିରୋଧରେ ବର୍ତମାନ ଗୁରୁତର ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ସେହି ସଂସ୍ଥା ମୁଖ୍ୟ ପରିବହନ ଦାୟିତ୍ୱରେ ରହି ନିଜସ୍ୱ ବ୍ୟକ୍ତିଗତ ସଂସ୍ଥାକୁ ପ୍ରାଧାନ୍ୟ ଦେଇ କୋଟି କୋଟି ଟଙ୍କା ଆର୍ଥିକ ଲାଭ ଉପାର୍ଜନ କରିଥିଲା। ବର୍ତମାନ

ସ୍ଥାନୀୟ ଟ୍ରକ୍ ମାଲିକମାନଙ୍କ ଅଭିଯୋଗ ଅନୁସାରେ, ସେହି ସଂସ୍ଥାର ଜଣେ ଜୈନକ ବ୍ୟକ୍ତି ଲୋକାଲ ଗାଡି ମାଲିକମାନଙ୍କ ସହ ଦୁର୍ବ୍ୟବହାର କରୁଥିଲେ ଏବଂ ସେମାନଙ୍କ ଗାଡିକୁ କମ୍ପାନୀ ପରିବହନ କାମରେ ଲଗା ଯାଉ ନଥିଲା। ଏହା ଫଳରେ ବହୁଦିନ ଧରି ସ୍ଥାନୀୟ ଟ୍ରକ୍ ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇ ଥିଲା।ଏହି ପରିସ୍ଥିତିରେ କିଛି ସ୍ଥାନୀୟ ଟ୍ରକ୍ ମାଲିକ ମିଶି ନୂତନ ଭାବେ ଟେଣ୍ଡର ପ୍ରକ୍ରିୟାରେ ଯୋଗଦେଇ ନିଜ ନାମରେ ପରିବହନ ଦାୟିତ୍ୱ ଗ୍ରହଣ କରିଥିଲେ। ଏଂବ ନୂତନ ପରିବହନ ସଂସ୍ଥା ନେବା ପରେ ସ୍ଥାନୀୟ 6 ରୁ 7 ଜଣ ଯୁବକ ନିଯୁକ୍ତ ଦେବା ସହ ଲୋକାଲ ଟ୍ରକ କୁ ପ୍ରଧ୍ୟାନ ଦେଇ ପରିବହନ ସଂସ୍ଥା ସୂଚାରୁ ରୂପେ ତୁଲେଇବାର ଦେଖିବାକୁ ମିଳିଛି ଏଂବ କମ୍ପାନୀ ପକ୍ଷରୁ ପୂର୍ବ ସଂସ୍ଥାର କାର୍ଯ୍ୟକଳାପ ସମ୍ପର୍କରେ ଅବଗତ ହେବା ପରେ ସେମାନଙ୍କୁ ପରିବହନ ଦାୟିତ୍ୱରୁ ଦୂରେଇ ରଖାଯାଇଥିବା ସୂଚନା ମିଳିଛି।

କିନ୍ତୁ ଅଭିଯୋଗ ହେଉଛି, ପୂର୍ବ ସଂସ୍ଥା ସହ ଜଡିତ ସେହି ବ୍ୟକ୍ତି ବର୍ତ୍ତମାନର ସ୍ଥାନୀୟ ପରିବହନ ସଂସ୍ଥାକୁ ବିଭିନ୍ନ ଉପାୟରେ ହଇରାଣ କରୁଛନ୍ତି ଏବଂ କମ୍ପାନୀଙ୍କୁ ବଦନାମ କରିବାର ଚେଷ୍ଟା ଜାରି ରଖିଛନ୍ତି। ବିଗତ ଦିନରେ ଏହି ବିବାଦ ଥାନା ପର୍ଯ୍ୟନ୍ତ ପହଞ୍ଚିଥିଲା। ଥାନା ଅଧିକାରୀ ପକ୍ଷରୁ ଯେକୌଣସି ଅପ୍ରିୟ ପରିସ୍ଥିତି ସୃଷ୍ଟି ନ କରିବାକୁ ତାଗିଦ କରାଯାଇଥିବା ସୂଚନା ମିଳିଛି।

ତଥାପି ଯଦି ପୂର୍ବ ସଂସ୍ଥା ପୁନର୍ବାର କୌଣସି ମାଧ୍ୟମରେ ପରିବହନ କାର୍ଯ୍ୟରେ ଜଡିତ ହୁଏ, ତେବେ ଗଞ୍ଜାମ ସହରରେ ପୁଣି ଅଶାନ୍ତ ପରିବେଶ ସୃଷ୍ଟି ହେବାର ସମ୍ଭାବନା କୁ ଅସ୍ୱୀକାର କରାଯାଇପାରିବ ନାହିଁ। ଏଂବ ସେହି ପୃର୍ବ ସଂସ୍ଥା ର ଜୈନକ ବ୍ୟକ୍ତି କିପରି ଏକ ଅସ୍ଥାୟୀ କର୍ମଚାରୀ ରୁ କୋଟି କୋଟି ଟଙ୍କାର ମାଲିକାନା ହୋଇଛନ୍ତି କିପରି ସେଥିପାଇଁ ଏକ ଲୋକାଲ ଟିମ ଲିଖିତ ମାଧ୍ୟମରେ ଭିଜିଲାନ୍ସ ଅଫିସ କୁ ତଦନ୍ତ କରିବାପାଇଁ ଦାବି କରିଛନ୍ତି ବୋଲି ବିଶେଷ ସୂତ୍ର ରୁ ଗଣମାଧ୍ୟମ କୁ ସୂଚନା ମିଳିଛି