୨୦୦ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତକୁ ନେଇ କୋରାପୁଟ ଏସପିଙ୍କ ସାମ୍ୱାଦିକ ସମ୍ମିଳନୀ

୨୭/୦୨/୨୦୨୬ (ଗୁପ୍ତେଶ୍ୱର ରଥ) କୋରାପୁଟ ପୋଲିସକୁ ଅନେକ ଆହ୍ବାନ ସତ୍ବେ ସଫଳତାର ସହ ମୁକାବିଲା କରି ୧୮୦୦ ଲିଟର ଗଞ୍ଜେଇ ତେଲ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨୦୦ କୋଟି ଟଙ୍କା ହେବ ବୋଲି କୋରାପୁଟ ଏସପି ରୋହିତ ବର୍ମା ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଏଥି ସହ ଅସ୍ଥାୟୀ ପ୍ରକ୍ରିୟାକରଣ ୟୁନିଟରୁ ୫ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଥିବା ସେ କହିଛନ୍ତି। ଏବେ ବି ଅପରେସନ ଜାରି ରହିଥିବା ବେଳେ ଏଥିରେ ସମ୍ପୃକ୍ତ ଅପରାଧୀ ମାନଙ୍କୁ ଠାବ କରାଯିବ ବୋଲି ସେ କହିଛନ୍ତି।ଏହି ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଅମ୍ବିତ ମହାନ୍ତି ଉପସ୍ଥିତ ଥିଲେ।
