ମୋଟର ସାଇକେଲ ଚୋରି ମାମଲାରେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ
ବେଲଗୁଣ୍ଠା : ସୁକାନ୍ତ କୁମାର ନାୟକ( ଉପାନ୍ତ ଖବର)
ଗତ ଜୁନ ମାସରେ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବଡବୋର୍ସିଂ ଗ୍ରାମରେ ହୋଇଥିବା ମୋଟର ସାଇକେଲ ଚୋରି ମାମଲାରେ ଆଜି ଗାଙ୍ଗପୁର ପୋଲିସ ପକ୍ଷରୁ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି | ଗିରଫ ଯୁବକ ଜଣକ ହେଲେ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ପାଲକସଣ୍ଡା ଗ୍ରାମର ସୋମନାଥ ରଣା, ପୋଲିସ ପୂର୍ବରୁ ଏହି ମାମଲାରେ କେସ୍ ନଂ ୪୪୬/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଆଜି ସୋମନାଥ ଙ୍କ ଠାରୁ ଚୋରି ହୋଇଥିବା ମୋଟର ସାଇକେଲ ଉଦ୍ଧାର କରି ତାଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟ ଚାଲାଣ କରିଥିବା ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରି ପ୍ରଧାନ ସୂଚନା ଦେଇଛନ୍ତି ।
