ଦ୍ଵିତୀୟ ଶ୍ରୀକ୍ଷେତ୍ର ଗଡ଼ମାଣତିରରେ ମହାପ୍ରଭୁଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
ଖୋର୍ଦ୍ଧାଜିଲ୍ଲା ବେଗୁନିଆ ବ୍ଲକର ଗଡ଼ମାଣତିର ଗ୍ରାମ ଦ୍ଵିତୀୟ ଶ୍ରୀକ୍ଷେତ୍ର ରେ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ, ଭଉଣୀ ସୁଭଦ୍ରା, ବଡଭାଇ ବଳଭଦ୍ର ଏବଂ ସୁଦର୍ଶନ ଙ୍କ ବିଗ୍ରହ ପ୍ରତିଷ୍ଠା ସହ ମା ବିମଳା ଏବଂ ମା ଲଷ୍ମୀ ଠାକୁରାଣୀଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା କରାଯାଇଛି l ଏଥି ସହିତ ମହାପ୍ରଭୁଙ୍କ ଚବିଶ ପ୍ରକାର ବେଶ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କ ଆନନ୍ଦିତ କରିଛି l ଏଥିସହିତ ଆନନ୍ଦବଜାର ରେ ହଜାର ହଜାର ଭକ୍ତଙ୍କୁ ମାଗଣା ପ୍ରସାଦ ସେବନ ସହିତ ଟଙ୍କତୋରାଣି ବଣ୍ଟନ କରାଯାଇଛି l ଗ୍ରାମର ବିଜ୍ଞ ବ୍ୟକ୍ତିମାନଙ୍କ ମତାନୁସାରେ ଯେତେବେଳେ ମୋଗଲ ମାନେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ, ସେହି ସମୟରେ ଗଡ଼ମାଣତିର ପାଇକ ଗ୍ରାମ ଥିବାରୁ ମହାପ୍ରଭୁଙ୍କ ବ୍ରହ୍ମକୁ ଆଣି ଗଡ଼ମାଣତିର ଗ୍ରାମର ଏକ ପଥର କାଟି ବ୍ରହ୍ମକୁ ପାତାଳି କରାଯାଇଥିଲା l ମାଦଳା ପାଞ୍ଜିରୁ କଥିତ ଯେ ଗଡ଼ମାଣତିର ଗ୍ରାମରେ ମହାପ୍ରଭୁଙ୍କର ନବକଳେବର ଥରେ କରାଯାଇଥିବା ବେଳେ ରଥଯାତ୍ରା ମଧ୍ୟ କରାଯାଇଛି l ଆଜି ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ସହିତ ମାବିମଳା ଏବଂ ମା ଲକ୍ଷ୍ମୀ ଠାକୁରାଣୀଙ୍କ ମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା ସହିତ ମହାଯଜ୍ଞ ର ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି l ଏହି ଉତ୍ସବରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ସଭାପତି ଏବଂ ସୁଭଦ୍ରା ରଥ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର ଯୋଗଦାନ କରି ଶ୍ରଦ୍ଧାଳୁମାନଙ୍କୁ ଉତ୍ସାହିତ କରିଛନ୍ତି l
ଖୋର୍ଦ୍ଧାରୁ ରମେଶ ସାହୁଙ୍କ ରିପୋର୍ଟ l
