ବୋଲଗଡ଼ ର ଗର୍ବ ଓ ଗୌରବ ସାନନ୍ଦ ସାର୍…

jhgj
Share

 

ବୋଲଗଡ଼, ଖୋର୍ଧା ଜିଲ୍ଲା ସ୍ତରୀୟ ୭୫ତମ ସାଧାରଣ ତନ୍ତ୍ର ଦିବସ ସମାରୋହ -୨୦୨୪ ରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ କୃତିତ୍ବ ଅର୍ଜନ କରିଥିବା ବ୍ଯକ୍ତି ବିଶେଷ ଙ୍କୁ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ। ସେଥି ମଧ୍ୟରୁ ବୋଲଗଡ଼ ବ୍ଲକ୍ ର ସାନପଦର ଗ୍ରାମ ପଞ୍ଚାୟତ ର ଭକ୍ତ ଚରଣ ଉଚ୍ଚ ବିଦ୍ୟାଳୟ, ସାନପଦର ସହକାରୀ ଶିକ୍ଷକ ସାନନ୍ଦ କୁମାର ସାହୁଙ୍କୁ ଜିଲ୍ଲା ସ୍ତରୀୟ ସମାରୋହରେ ଆଦର୍ଶ ଶିକ୍ଷକ ସମ୍ମାନ ରେ ସମ୍ମାନିତ କରିଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ବିଶେଷ କୃତିତ୍ବ ଓ ଅବଦାନ ପାଇଁ ତିନି ଜଣ ଶିକ୍ଷକ ଯଥା ବାଲିଅନ୍ତା ରୁ ୨ଜଣ ଓ ବୋଲଗଡ଼ ରୁ ୧ଜଣ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସୁପାରିଶ ରେ କାର୍ଯ୍ୟ କ୍ରମ ରେ ୩ ଜଣ ଶିକ୍ଷକ ଯୋଗ ଦେଇଥିଲେ। ସାନନ୍ଦ କୁମାର ଜଣେ ଉଚ୍ଚ କୋଟିର ଗଣିତ ଶିକ୍ଷକ ତଥା ପ୍ରଶିକ୍ଷକ। ଗ୍ରାମାଞ୍ଚଳ ର ଛାତ୍ରଛାତ୍ରୀ ମାନଙ୍କର ବିକାଶ ଲାଗି ବିଭିନ୍ନ ମେଧା ପରୀକ୍ଷା କରାଇଛନ୍ତି। ତତ ସହିତ ୭ଟି ପୁସ୍ତକ ରଚନା କରିଛନ୍ତି। ସାନନ୍ଦ ସାର୍ ଙ୍କ “ଗଣିତ ପେଡି” ଅନ୍ୟ ତମ। ସେହିପରି ସାନନ୍ଦ ସାର୍ ଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ପ୍ରୋତ୍ସାହନ ମିଳୁଥିବାରୁ ଅଧିକ ରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କ ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି ଗଣମାଧ୍ୟମ କୁ କହିଛନ୍ତି। ବୋଲଗଡ଼ ର ବ୍ଳକ ଶିକ୍ଷା ଅଧିକାରୀ ,ସହ ଶିକ୍ଷା ଅଧିକାରୀ, ତଥା ମଣ୍ଡଳ ସାଧନ ସଂଜଜୋକଙ୍କ ନିକଟରେ ଚିର ରୂଣୀବୋଲି ମଧ୍ୟ ପ୍ରକାଶ କରିଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed