ଆଜିର ଖବର…
୧-ନୂଆ ଦିଲ୍ଲୀ:୭୫ ତମ ଗଣତନ୍ତ୍ର ଦିବସରେ ଭାରତ ଦେଖାଇଲା ଶକ୍ତି, ସାହସ ଓ ସଂସ୍କୃତିର ଅନନ୍ୟ ରୂପ।
୨-ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ – ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ରଘୁବର ଦାସ।
୩-ଭୁବନେଶ୍ୱର:ସାହସିକତା, ଉଲ୍ଲେଖନୀୟ ତଥା ବିଶିଷ୍ଟ ସେବା ନିମନ୍ତେ ୫୦ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ।
୪-ସମଲେଇ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା: କହିଲେ, ସମଲେଶ୍ୱରୀ ମନ୍ଦିର ହେଉଛି କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର।
୫-ଭୁବନେଶ୍ୱର:ପହିଲା ଯାଏ ପାଗ ଶୁଖିଲା, ୧୧ ଡିଗ୍ରୀ ତଳେ ୧୦ ସହର।
୬-ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଅଦିନିଆ ବର୍ଷା ଯୋଗୁଁ ହଠାତ୍ ଥଣ୍ଡା ବଢ଼ିବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଉଛି।
୭-ସୁନ୍ଦର ଦିଶୁଛି ମା’ ସମଲେଇଙ୍କ ପୀଠ । ରୂପାନ୍ତରଣ ପରେ ଶୋଭା ପାଉଛି ଭବ୍ୟ ପ୍ରକଳ୍ପ, ଯଜ୍ଞ ପାଇଁ ସରିଲା କଳସଯାତ୍ରା ଓ ଅଧିବାସ। ଆଜି ସମଲେଇ ପ୍ରକଳ୍ପର ହେବ ଲୋକାର୍ପଣ।
୮-ଭୁବନେଶ୍ୱର:ଭୋଟ୍ ପୂର୍ବରୁ ୩ ଦଳର ଫୋକସରେ ପଶ୍ଚିମ ଓଡ଼ିଶା, ଭୋଟରଙ୍କ ଆସ୍ଥା ଜିତିବାକୁ ଜୋରଦାର କସରତ୍।
୯-ଭୁବନେଶ୍ୱର: ରାଜ୍ୟସ୍ତରୀୟ କବାଡି ଚାମ୍ପିଅନସିପ୍ ଉଦଘାଟିତ, ଯୋଗଦେଲେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।
୧୦-ଗଞ୍ଜାମ ପାଇଁ ଗର୍ବ: ପଦ୍ମଶ୍ରୀ ସମ୍ମାନ ପାଇବେ ଲୋକକଳା କୃଷ୍ଣଲୀଳା ଗାୟକ ଗୋପୀନାଥ ସ୍ୱାଇଁ।
୧୧-ଭୁବନେଶ୍ୱର:ଆଦିବାସୀ ମେଳା ଉଦଘାଟିତ, ଭିଡିଓ କନଫରେନସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।
୧୨-ନବରଙ୍ଗପୁର:ଆସିଲାନି ଆମ୍ବୁଲାନ୍ସ,୨୦ କିଲୋମିଟର କାନ୍ଧରେ ବୁହାହେଲା ଶବ।
୧୩-ବୋରିଗୁମ୍ମା ସିରିଜ୍ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ, ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।
୧୪-ଜଳେଶ୍ଵର: ସଡ଼କ ଦୁର୍ଘଟଣାରେ ଝିଅ ମୃତ,ବାପା ଏବଂ ପୁଅ ଗୁରୁତର।
୧୫-ପାପର ପ୍ରାୟଶ୍ଚିତ ଲାଗି ପୁରୀରେ କଂସ ମହାରାଜ, ମହୋଦଧିରେ ସ୍ନାନ ସହ ମହାପ୍ରଭୁଙ୍କୁ ମାଗିଲେ କ୍ଷମା।
୧୬-ଓଡ଼ିଆ ପ୍ରଜ୍ଞାପନ ମେଢ଼ ଦେଖି ଅଭିଭୂତ ଫ୍ରାନ୍ସ ରାଷ୍ଟ୍ରପତି; ମନ ଜିଣିଲା ରଘୁରାଜପୁର ହସ୍ତକଳା।
୧୭-INDIA ମେଣ୍ଟକୁ ଏକଜୁଟ କରିବାକୁ ଅଣ୍ଟାଭିଡିଲା କଂଗ୍ରେସ୍, ମମତାଙ୍କ ସହ କଥା ହେଲେ ଖଡଗେ, ନିତିଶଙ୍କୁ ନେଇ ରିପୋର୍ଟ ମାଗିଲେ ରାହୁଲ।
୧୮-ନୂଆ ଦିଲ୍ଲୀ: ରଣଜୀ ଟ୍ରଫିରେ ୧୪୭ ବଲ୍ରେ ଟ୍ରିପଲ ସେଞ୍ଚୁରୀ ମାରିଲେ ତନ୍ମୟ ଅଗ୍ରଓ୍ୱାଲ, କ୍ରିକେଟ୍ ଇତିହାସରେ ଭାଙ୍ଗିଲେ ସବୁ ରେକର୍ଡ।
୧୯-RBIର ପଞ୍ଚାୟତି ରାଜ ଫାଇନାନ୍ସ ରିପୋର୍ଟ: ବେଙ୍ଗଲରେ ପ୍ରତି ପଞ୍ଚାୟତ ପାଇ ଖର୍ଚ୍ଚ ୨୫ ଲକ୍ଷ, ବିହାରଠାରୁ ୪୦ ଗୁଣା ଅଧିକ।
୨୦-ଭାରତ-ଚୀନ ସୀମାରେ ଉଡ଼ିଲା ତ୍ରିରଙ୍ଗା; ପ୍ରବଳ ଥଣ୍ଡା ଓ ତୁଷାରପାତରେ ଯବାନ ପାଳିଲେ ସାଧାରଣତନ୍ତ୍ର ଦିବସ।