April 25, 2026

 କୁନ୍ଦୁରା ତା 26. 1 କୁନ୍ଦୁରା ବ୍ଲକ ସ୍ଥିତ ଆସନl ପଞ୍ଚାୟତ ସଦର ମହକୁମା ଠାରେ ପଞ୍ଚାୟତ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଯାଇଛି….

uiyi8y
Share

କୁନ୍ଦୁରା ତା 26. 1 କୁନ୍ଦୁରା ବ୍ଲକ ସ୍ଥିତ ଆସନl ପଞ୍ଚାୟତ ସଦର ମହକୁମା ଠାରେ ପଞ୍ଚାୟତ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଯାଇଛି l ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଏବଂ kdf ଆବାସିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତ ୱାର୍ଡ଼ ମେମ୍ବର, ପଞ୍ଚାୟତ ମାନ୍ୟଗଣ୍ୟ ବ୍ୟକ୍ତି ଓ ସର୍ବସାଧାରଣଙ୍କ ଉପସ୍ଥିତିରେ ସରପଞ୍ଚ ଜୟନ୍ତୀ ପୂଜାରୀ ପତାକା ଉତ୍ତୋଳନ କରିଥିଲେ l କାର୍ଯ୍ୟକ୍ରମ ରେ 2 ଟି ବିଦ୍ୟାଳୟ ରୁ 500 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ଜନ ସାଧାରଣଙ୍କ ଉଦ୍ଦେଶ୍ଯରେ ଆଜିର ମହତ୍ତ୍ଵ ଦିବସ ପାଳନକୁ ନେଇ ସମିତି ସଭ୍ଯା ଗୋରୀ ହରିଜନ, ଉନ୍ନିତ ଉଚ୍ଚ ବିଦ୍ୟାଳୟ ଖେଳ ଶିକ୍ଷକ ଗୁଣନିଧି ବଢେଇ, ଶିକ୍ଷକ ରବି ନାୟକ, କାଳନ୍ଦୀ ରାଉତ, kdf ପ୍ରଧାନ ଶିକ୍ଷୟିତ୍ରୀ ଦୁର୍ଦଶା ବେହେରା, ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବୀ ଓବେଦୂର ରହେମାନ, ଚୂଡ଼ାମଣି ବିଶୋଇ, ରାମଚନ୍ଦ୍ର ତ୍ରିପାଠୀ, ଧନସାଇ ମାଣ୍ଡି, ପ୍ରମୁଖ ଅଭିଭାଷଣ ରଖିଥିଲେ l 2 ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ଆଦି ପରିବେଷଣ କରାଯାଇ ଥିଲା ତେଣୁ କାର୍ଯ୍ୟକ୍ରମଟି ବହୁ ଆକର୍ଷଣୀୟ ଉତ୍ସାହିତ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ଗୁରୁନାଥ ଶିଶିଆ, ରାମସିଂ ପାଙ୍ଗି, କୃପା କଟିଆ, grs K ପ୍ରଶାନ୍ତ କୁମାର, ଯୋଗାଣ ସହାୟକ ରାମଚନ୍ଦ୍ର ସାନ୍ତା, ପ୍ରମୁଖ ଉପସ୍ଥିତ ଥିଲେ l ସଙ୍ଗୀତ ଓ ନୃତ୍ୟ ରେ ଭାଗ ନେଇଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ଵାରା ପଞ୍ଚାୟତ ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା l ସାମାଜ ସେବୀ ସୁଜିତ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାମାଜ ସେବୀ ସୁରେନ୍ଦ୍ର ସଗରିଆ ଧନ୍ୟବାଦ ଅର୍ପଣ କରିଥିଲେ l
କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା

You may have missed