April 25, 2026

ପିପୁଲ୍ସ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗର ନୂତନ ପ୍ରୟୋଗଶାଳା ଓ ଉଦ୍ଯାନ ଉଦଘାଟିତ

yu7y767
Share

ବୁଗୁଡା : ତା ୨୭/୦୧/୨୩ : ସ୍ଥାନୀୟ ପିପୁଲ୍ସ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗୀୟ ପ୍ରୟୋଗଶାଳା ଓ ଉଦ୍ଯାନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶ, ବିଭାଗୀୟ ମୁଖ୍ୟ ଜୟରାମ ବିଷୋୟୀ, ଅଧ୍ୟାପକ ଦିଲ୍ଲୀପ କୁମାର ସାହୁ ଓ ଅଧ୍ୟାପିକା ଅନୀତା ଦେବୀଙ୍କ ସମେତ ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରକାଶ ଯୋଗ୍ୟ ଯେ, ଉଦ୍ଭିଦ ବିଜ୍ଞାନ ବିଭାଗୀୟ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଭିତ୍ତିକରି ଉଦଘାଟିତ ନୂତନ ପ୍ରୟୋଗଶାଳା ନିର୍ମିତ ହୋଇଥିବା ବେଳେ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାରୁ ବର୍ଷ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ଉଦ୍ଭିଦ ବିଜ୍ଞାନ ଉଦ୍ଯାନର ପୁନରୁଦ୍ଧାର କରାଯାଇଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।

You may have missed