ମିଲିର ମାନଙ୍କ ସହ ଚୁକ୍ତି ନ କରି ନଡ଼ିଆ ବାଡେଇ ମଣ୍ଡି ଉଦଘାଟନରେ ବ୍ୟସ୍ତ ସରକାର. ଚାଷୀ ମିଲର ବୁଝାମଣା ବିଫଳ…

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର କୁସୁମୀସ୍ଥିତ କଲ୍ୟାଣ ମଣ୍ଡପ ଠାରେ ମଣ୍ଡିରୁ ଧାନ ଉଠେଇବା ନେଇ ଏକ ବୈଠକ ଗୁରବାର ଅନୁଷ୍ଠିତ ହୋଇଯାଇଛି କିନ୍ତୁ ବୁଝାମଣା ବିଫଳ ହୋଇଥିବାର ଜଣାଯାଇଛି. ଚଳିତ ମାସ ଆଠ ଏବଂ ଏଗାର ତାରିଖ ଦିନ ମଣ୍ଡିରେ ତିନି ହଜାର ରୁ ଅଧିକ ଧାନ ଚାଷୀ ଆଣିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ମଞ୍ଜି ମଧ୍ୟ ଉଠି ପାରି ନ ଥିବା ଜଣା ଯାଇଛି.ଛୁଟି ଦିନ ରେ ବତାଶନା ରେ ମଣ୍ଡି ଉଦଘାଟନ ହୋଇଥିଲା.ପରେ ଡଙ୍ଗରି. ସୁନାରବେଲି ନୂଆଗାଁ. ଚିତ୍ରା. ସମେତ ବିଭିନ୍ନ ସ୍ଥାନ ରେ ନଡ଼ିଆ ଭାଙ୍ଗି ଉଦଘାଟନ ପ୍ରହସନ ଜାରି ରହିଛି କିନ୍ତୁ କୌଣସି ମଣ୍ଡି ସ୍ଥଳ ରୁ ଗୋଟିଏ ହେଲେ ମଞ୍ଜି ଧାନ ଉଠିନାହିଁ.ଦଲାଲ ଙ୍କ ଧାନ ଶୀଘ୍ର ନିଆଯାଉଛି କିନ୍ତୁ ପ୍ରକ୍ରୁତ ଚାଷୀଙ୍କ ଧାନ ବିକ୍ରି କରିବା ପାଇଁ ବହୁ ପରିଶ୍ରମ କରି ଦୌଡ଼ି ବାକୁ ପଡୁଛି I ଦଲାଲ ଙ୍କ ହସ୍ତକ୍ଷେପ ଯୋଗୁଁ ଚାଷୀ ଓ ମିଲର ଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇ ପାରୁନାହଁ ବୋଲି ବୁଦ୍ଧିଜୀବି ଙ୍କ ମହଲରେ ମତ ପ୍ରକାଶ ପାଇଥିବାର ଜଣାଯାଇଛି.ପ୍ରତି ବର୍ଷ ମଣ୍ଡି ରେ ଧାନ ବିକ୍ରି କରିବା ଚାଷୀଙ୍କ ପାଇଁ ଚିରସ୍ଥାୟୀ ସମସ୍ୟା ହୋଇଯାଇଛି.ମଣ୍ଡିରେ ଧାନ ଓଜନ କରାଯାଉ. ହେଣ୍ଡେଲଇଂ ଖର୍ଚ୍ଚ ଯୋଗେଇ ଦିଆଯାଉ. ଆମ ଅଞ୍ଚଳରେ ଏଫେକୁଭ ଧାନ ଉତ୍ପାଦନ ହେଉ ନାହିଁ ତାହାର ସମାଧାନ ପନ୍ଥା ବାହାର କରାଯାଉ.ପେଡି ମିଶନ ଦ୍ୱାରା ଧାନ ପରଖା ଯାଉ. କଟନୀ ଛୋଟନି ବନ୍ଦ ହେଉ ବୋଲି ଚାଷୀ ଗଣମାଧ୍ୟମ କୁ ସୂଚନା ଦେଇଥିବାର ଜଣାଯାଇଛି.ଏଠାରେ କିଛି ଚାଷୀ କୁଇଣ୍ଟାଲ ପିଛା ଦୁଇ କିଲୋ ଧାନ କାଟିବା ପାଇଁ ସହମତ ପ୍ରକାଶ କରିଥିଲେ କିନ୍ତୁ ଉତ୍ତମ ମାନର ଧାନ ଯୋଗେଇ ଦେଲେ ଗୋଟିଏ ମଞ୍ଜି ମଧ୍ୟ ଧାନ କଟା ଯିବ ନାହିଁ ବୋଲି ମିଲର କହିଥିବାର ଜଣାଯାଇଛି.କିନ୍ତୁ ଆଜି କୋଟପାଡ଼ ରେ ମଧ୍ୟ ସେହି ଅନୁରୂପ ସ୍ଥିତି ଦେଖା ଦେଇଛି.ଧାନ ଉଠେଇବା ପାଇଁ ସମାଧାନ ପନ୍ଥା ବାହାର କରିବା ପାଇଁ ମିଲର ଓ ଚାଷୀଙ୍କ ସମେତ ଲେମ୍ପସ ଏବଂ ଆରଏମସି କର୍ମ ଚାରି ଉପସ୍ଥିତ ଥିଲେ କିନ୍ତୁ ବୁଝାମଣା ବିଫଳ ହୋଇଯାଇଛି ବୋଲି ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.
